April 27, 2026

ଆମକୁ ଜମିପଟା ଦିଅ, ନଚେତ ଆମେ ଅନିର୍ଦ୍ଧିଷ୍ଟ କାଳପାଇଁ ଧାରଣାରେ ବସିବୁ l

IMG-20250531-WA0006
Share

 

ଆଜି ଓଡିଶା ଭୂମିହୀନ ଦଳିତ ସଂଗ୍ରାମ ସମିତି ପକ୍ଷରୁ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବେଣ୍ଟପୁର କାର୍ଯ୍ୟାଳୟ ପରିସରରେ ସଭାପତି ପୂର୍ବତନ ସେନା କର୍ମଚାରୀ ଶ୍ୟାମଳେନ୍ଦୁ ଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଭୂମିହୀନ ମାନଙ୍କୁ ଜମିପଟା ଦେବାପାଇଁ ବାରମ୍ବାର ଦାବିପତ୍ର ସରକାରଙ୍କ ଉଦେଶ୍ୟ ରେ ତହସିଲଦାରଙ୍କ ଜରିଆରେ ଦେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l ଓଡିଶା ଭୂମିହୀନ ଦଳିତ ସଂଗ୍ରାମ ସମିତି ପକ୍ଷରୁ ବସୁନ୍ଧରା ଯୋଜନା ରେ ଭୂମିହୀନ ମାନଙ୍କୁ ଯୁଦ୍ଧ କାଳୀନ ଭିତିରେ ଘରଡ଼ିହ ପଟା ବଣ୍ଟନ ସହିତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀ ମାନଙ୍କୁ ସମ୍ପୂର୍ଣ ସହାୟତା ପ୍ରଦାନ ଏଥିସହିତ ବ୍ରହ୍ମଗିରି ତହସିଲ ଅଧୀନରେ ଥିବା ସମସ୍ତ ସରକାରୀ ଜମିକୁ ଜମି ମାଫିଆଙ୍କ ଠାରୁ ଜବରଦଖଲ ହଟାଯାଉ ଏହିଭଳି ଆଠଦଫା ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯିବା ସହିତ ସରକାର ଯଦି କିଛି କାର୍ଯ୍ୟାନୁଷ୍ଠାନ ନକରନ୍ତି ଆସନ୍ତା ଜୁନ ଦୁଇ ତାରିଖ ସୋମବାର ଦିନ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳପାଇଁ ପିଲାଛୁଆଙ୍କୁ ସାଙ୍ଗରେ ଧରି ଧାରଣାରେ ବସିବେ ବୋଲି ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ