April 26, 2026

ଆସନ୍ତା ୩ ମାସ ଭିତରେ ଦେଓମଳି ଉପରୁ ହଟିବ ପରିବେଶ ପର୍ଯ୍ୟଟନ ସ୍ଥଳୀ

IMG-20250531-WA0004
Share

         ୩୧/୦୫/୨୦୨୫ (କୋରାପୁଟ ଗୁପ୍ତେଶ୍ୱର ରଥ) ଆସନ୍ତା ୩ ମାସ ଭିତରେ ଦେଓମଳି ଉପରୁ ହଟିବ ପରିବେଶ ପର୍ଯ୍ୟଟନ ସ୍ଥଳୀ। ବନବିଭାଗକୁ ଏହିପରି ନିର୍ଦେଶ ଦେଇଛି ନେସନାଲ ଗ୍ରିନ୍ ଟ୍ରିବୁନାଲ। ଯାହାକି ଯାହାକି ଆସନ୍ତା ୩ ମାସ ମଧ୍ୟରେ ଯଦି ବନ ବିଭାଗ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପାଖରୁ ଫରେଷ୍ଟ କ୍ଲିୟରାନ୍ସ ନ ଆଣି ପାରିବ ତାହା ହେଲେ ସେଠାରେ ନିର୍ମାଣ ହୋଇଥିବା ପରିବେଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ବେଆଇନ୍ ମାନି ଭାଙ୍ଗି ଦିଆଯିବ। ଏହା ବଦଳରେ ସେଠାରେ ଲଗାଯିବ ପାଇନ ଗଛ। ତେବେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ସ୍ଵଦେଶ ଦର୍ଶନ ର ଏକ ଅଂଶ ଏଥି ପାଇଁ ଦେଓମାଳୀ ପ୍ରତି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ୨୦୨୨ ମସିହାରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ ଆଉ ଯୋଜନା ଅଧୀନରେ ବନ ବିଭାଗ ୫ କୋଟି ୮୪ ଲକ୍ଷ୍ୟ ଟଙ୍କା ବେୟରେ ସେଠାରେ ୧୦ ଟି ପରିବେଶ ପର୍ଯ୍ୟଟନ ସ୍ଥଳୀ ଓ ବଡ଼ ଡର୍ମିଟରୀ, ପାଦଚଲା ରାସ୍ତା ଓ ଭ୍ୟୁଉ ପଏଣ୍ଟ ଆଦି ନିର୍ମାଣ କରିଥିଲେ। କିନ୍ତୁ ଏହା ଜଙ୍ଗଲ ସଂରକ୍ଷଣ ଆଇନ୍ କୁ ଖଲା ଖାଲି ଉଲଂଘନ କରୁଥିବାରୁ ପରିବେଶବିଦ୍ ମାନେ ଦାବି କରିବାରୁ ପରେ ଏହି ଘଟଣା ନେସନାଲ ଗ୍ରୀନ୍ ଟ୍ରିବୁନାଲ ପର୍ଯ୍ୟନ୍ତ ଯାଇଥିଲା। ତେଣୁ ନେସନାଲ ଗ୍ରୀନ୍ ଟ୍ରିବୁନାଲ ବନବିଭାଗକୁ ୩ ମାସର ମହଲତ ଦେଇଛି।