ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବୁଗୁଡା : ତା ୩୧/୦୩/୨୬ : ବୁଗୁଡ଼ା ବ୍ଲକ ଖୋଳଖାଳି ଗ୍ରାମସ୍ଥ ବାଙ୍କେଶ୍ଵରୀ ବିଦ୍ଯାପୀଠର ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ରଙ୍କୁ ବିଦ୍ଯାପୀଠ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଶିକ୍ଷକ ବିବେକାନନ୍ଦ ପଟ୍ଟନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ
ଏହି ବିଦ୍ଯାପୀଠରେ ଦୀର୍ଘ ୩୭ ବର୍ଷ କାଳ ଅଧ୍ଯାପନା କରି ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିବା ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ତ୍ତବ୍ୟନିଷ୍ଠା ଓ ଛାତ୍ରବତ୍ସଳତା ଆଦି ସୁଗୁଣର ଭୂୟସୀ ପ୍ରଶଂସା କରାଯାଇଥିଲା। ଏ ଅବସରରେ ଶ୍ରୀ ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ଯାପୀଠର ଛାତ୍ରୀଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସାଙ୍ଗକୁ ପରିଶେଷରେ ଶିକ୍ଷକ ଲଳିତ ମୋହନ ରଥଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।
