April 27, 2026

ଲଡ଼ୁ ମହାର୍ଦ, ଅଭଡ଼ା ଏବଂ ବାନା ଖଣ୍ଡେ ପାଇଁ ପୁରୀବାସୀଙ୍କୁ ତିନିଘଣ୍ଟା ଧାଡିରେ ଠିଆ ହେବାକୁ ପଡୁଛି କାଳିଆ ଦର୍ଶନ ତ ଦୂରର କଥା l

IMG-20260331-WA0064
Share

 

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀବାସୀଙ୍କ କାଳିଆ ଦର୍ଶନ କଥା l ଗତ କୋଭିଡ ଆସିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ର ଚାରିଦୁଆର ଖୋଲାଥିଲା କିନ୍ତୁ କୋଭିଡ ବେଳଠାରୁ ତିନି ଦୁଆର ବନ୍ଦ କରାଯାଇ କେବଳ ସିଂହଦ୍ୱାର ସମ୍ମୁଖରେ ସମସ୍ତ ଭକ୍ତ, ପର୍ଯଟକ ଏବଂ ଶ୍ରଦ୍ଧାଳୁଙ୍କ ସହିତ ପୁରୀ ବାସିନ୍ଦା ତିନିରୁ ଚାରିଘଣ୍ଟା ଧାଡିରେ ଠିଆହୋଇ କାଳିଆ ଦର୍ଶନ କରିବାତ ଦୂରର କଥା ନିର୍ବନ୍ଧ, ବ୍ରତଘର, ବାହାଘର ଏବଂ ଜନ୍ମଦିନ ପାଇଁ ମହାର୍ଦ ଲଡ଼ୁ ଟିକିଏ ଆଣିବାକୁ ଚାରିଘଣ୍ଟା ଧାଡିରେ ଠିଆ ହେବାକୁ ପଡୁଛି l କିନ୍ତୁ ୨୦୨୪ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଆମକୁ ନିର୍ବାଚନ ରେ ଜିତାନ୍ତୁ ଆମେ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବୁ l ନିର୍ବାଚନ ଜିତି ବିଜେପି ସରକାର ଶ୍ରୀମନ୍ଦିର ଚାରିଦୁଆର ଖୋଲିଲେ ହେଲେ ସେଇ ଚାରିଦୁଆର ପଟେ ଭକ୍ତ, ପର୍ଯ୍ୟଟକ ଏବଂ ପୁରୀ ବାସିନ୍ଦା ଧାଡିରେ ଘଣ୍ଟା ଘଣ୍ଟା ଧରି ଠିଆହୋଇ କାଳିଆ ଦର୍ଶନ କରିବାତ ଦୂରର କଥା ମହାର୍ଦ ଲଡ଼ୁଟେ ଆଣିବାକୁ ହନ୍ତସନ୍ତ ହେଉଛି l ତେଣୁ ପୁରୀ ସହର ଏବଂ ସଦର ର କିଛି ଭକ୍ତ ଅଛନ୍ତି ସବୁଦିନ କାଳିଆ ଦର୍ଶନ କରିବା ପରେ ନିଜ ର ଦୈନଦିନ କାର୍ଯ୍ୟକ୍ରମ ସମାପନ କରି କର୍ମକ୍ଷେତ୍ର କୁ ଯାଇଥାନ୍ତି l କିନ୍ତୁ ବର୍ତମାନ କାଳିଆ ଦର୍ଶନ କରିନପାରି ସିଂହଦ୍ୱାର ସାମ୍ନାରେ ପତିତପାବନ ଦର୍ଶନ କରି ଫେରୁଛନ୍ତି l ସେଥିନିମନ୍ତେ ଆଜି ବଡଦାଣ୍ଡ ସ୍ଥିତ ନାୟକ ପ୍ଲାଜା ସମ୍ମିଳନୀ କକ୍ଷ ରେ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ର ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ସହିତ ପୁରୀ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିତ୍ୱ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନ ଏବଂ ବିଭିନ୍ନ ଦଳର ନେତୃମଣ୍ଡଳୀ ଏକତ୍ରିତ ହୋଇ ପୁରୀବାସୀ କିଭଳି ଶ୍ରୀମନ୍ଦିର କୁ କୌଣସି ଧାଡିରେ ଠିଆ ନହୋଇ କାଳିଆ ଦର୍ଶନ କରିବେ ସେଥିନିମନ୍ତେ ଆସନ୍ତା ଏପ୍ରିଲ ୭ ତାରିଖରେ ବିରାଟ ଜନଆନ୍ଦୋଳନ ର ଡାକରା ଦିଆଯାଇଛି l ଆଗକୁ ଏହାକୁ ସରକାର ଗୁରୁତ୍ୱ ନଦେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଂହଦ୍ୱାର ନିକଟରେ ଜନଆନ୍ଦୋଳନ ଜାରି ରହିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ