ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅବସର ସମୟ ନୁଆଁ ଜୀବନର ଆଲୋକ
ସମ୍ବଲପୁର, ୩୧.୦୩():କାର୍ଯ୍ୟାଭାର ଓ ଅବସର ଏକ ଚିରନ୍ତନ ପ୍ରକ୍ରିୟା। ବୟସ ଅନୁପାତରେ ଅବସର ଏକ ସମୟ ହୋଇଥିଲେ ମଧ୍ୟ ଅବସରର ପରବର୍ତ୍ତୀ ସମୟ ନୁଆଁ ଜୀବନ ପାଇଁ ଏକ ଆଲୋକର ମାର୍ଗ ବୋଲି ଆଜି ଡୁଙ୍ଗୁରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବକ୍ତା ମାନେ କହି ଏଭଳି ପରମ୍ପରା କୁ ସ୍ୱାଗତ ଜଣାଇଛନ୍ତି।
ଏହି ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସଭାରେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା ମୁଖ୍ୟଅତିଥି,ବିଶିଷ୍ଟ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାହାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୁସାଗର, ବାହାମ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ, କୁଲୁଣ୍ଡି ବିଶ୍ୱ ସେବା ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ,ସୁଶ୍ରୀ ପ୍ରତିମା ପଣ୍ଡା ଡୁଙ୍ଗୁରିପାଲି ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାନଧାତା ପଣ୍ଡା, ଏସଏମସି ସଭାପତି ନିର୍ମଳ ଗର୍ଡିଆ, ସିଆରସିସି ଶ୍ୟାମ ବାଗ, ମୋ ସ୍କୁଲ ଅଭିଯାନ ସଭାପତି ସମୀର ଶାସନୀ, ଜୁଯୁମୁରାର ଅବସର ପ୍ରାପ୍ତ ଏବିଇଓ ମାନଭଞ୍ଜନ ପ୍ରଧାନ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କ କାର୍ଯ୍ୟକାଳ ମଧ୍ୟରେ ନିଜର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ। କୁକୁଡ଼ାପାଲି ସିଆରସିସି ସୁବ୍ରତ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍କୁଲର ଶିକ୍ଷୟତ୍ରୀ କିଶୋରୀ ରଣା ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦାୟୀ ଶିକ୍ଷୟତ୍ରୀଙ୍କୁ ସ୍କୁଲ ର କର୍ମଚାରୀ, ଶିକ୍ଷାର୍ଥୀ, ଅବିଭାବକ ଓ ବିଭିନ୍ନ ଶୁଭେଛୁ ମାନପତ୍ର, ଉତ୍ତରୀୟ ଓ ବିଭିନ୍ନ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହିଅବସର ଶିକ୍ଷୟିତ୍ରୀ ନିଜର ବିଦାୟକାଳୀନ ବକ୍ତବ୍ୟରେ କହିଥିଲେ ସରକାରୀ ଭାବେ ଅବସର ନେଇଥିଲେ ମଧ୍ୟ ଶିକ୍ଷାର୍ଥୀଙ୍କ ପାଇଁ ଜୀବନର ଶେଷ ବିନ୍ଦୁ ଯାଏ ପିଲାଙ୍କୁ ସମୟ ଦେବାକୁ ଘୋଷଣା କରି ସମସ୍ତ ଶିକ୍ଷାର୍ଥୀଙ୍କୁ ନିଜ ତରଫରୁ ଖାତା, କଲମ ଓ ଶିଶୁ ବର୍ଣ୍ଣବୋଧ ବହି ପ୍ରଦାନ କରିଥିଲେ।ଶେଷରେ କିଶୋରୀ ରଣା ଧନ୍ୟବାଦ ଦେଇଥିଲେ।
