ଉତ୍କଳ ସମ୍ମିଳନୀ ଗଞ୍ଜାମ ଶାଖା ଆନୁକୂଲ୍ୟରେ ଆଜି ଦିଗପହଣ୍ଡିସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲ ଠାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ସ୍ମୃତି ଉତ୍ସବ ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା,
ବଡ଼ ଖେମୁଣ୍ଡି ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କମଳିନୀ ସାମନ୍ତରାୟଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଆଲୋଚକ ରୂପେ ଇତିହାସ ଗବେଷକ ଡକ୍ଟର ଅନନ୍ତ ରାମ କର କୌଣ୍ଡିନ୍ୟ ଯୋଗ ଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଖେମୁଣ୍ଡି ର ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ., ଉତ୍କଳ ସ୍ବାଭିମାନ ମଞ୍ଚ ର ଦକ୍ଷିଣାଞ୍ଚଳ ପ୍ରମୁଖ ତଥା ଶିକ୍ଷାବିତ ଶ୍ରୀ ମୃତୁଞ୍ଜୟ ମିଶ୍ର ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡିଶା ପ୍ରଦେଶ ଗଠନ ର ଇତିହାସ ଆଲୋଚନା କରିଥିଲେ, ଅନ୍ଯତମ ଅତିଥି ରୂପେ କବିସୂର୍ଯ୍ୟ ସ୍ମୁତି ପରିଷଦ ର ସମ୍ପାଦକ ତଥା ଅଡଭୋକେଟ ଶ୍ରୀ କୋରେଶୁ ପଣ୍ଡା ଯୋଗଦେଇ ଉତ୍କଳୀୟ ସସ୍କୣତି ର ମହାନତା ସମ୍ପର୍କ ଆଲୋଚନା କରିଥିଲେ, ଦିଗପହଣ୍ଡି ର ପୂର୍ବତନ କାଉନସିଲର ତଥା ସମାଜସେବୀ ଶ୍ରୀମତୀ ନିରୁପମା ପଟ୍ଟନାୟକ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଖେମୁଣ୍ଡି ଇତିହାସବିତ୍ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଙ୍କ ସମେତ ସହର ର ଅନେକ ଉତ୍କଳ ପ୍ରେମୀ ଯୋଗ ଦେଇଥିଲେ,, ବଡଖେମୁଣ୍ଡି ହାଇସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଏହି ଅବସରରେ ପ୍ରଦେଶ ଗଠନ ର ଇତିହାସ ଏବଂ ଉତ୍କଳୀୟ ମହାପୁରୁଷଙ୍କ ସମ୍ପର୍କ ରେ ଗୋଟିଏ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
