June 19, 2026

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ବି ପିନ୍ଧିଲେ ରାକ୍ଷୀ

IMG-20230830-WA0018
Share

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ବି ପିନ୍ଧିଲେ ରାକ୍ଷୀ

(ନବରଙ୍ଗପୁର ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଆଜି ରାକ୍ଷୀ ପୂର୍ଣ୍ଣିମା । ସମଗ୍ର ଭାରତ ବର୍ଷ ରେ ଆନନ୍ଦ ର ଲହରୀ।ଭାଇ ହାତରେ ଭଉଣୀ ରାକ୍ଷୀ ଟିଏ ବାନ୍ଧି ନିଜର ସୁରକ୍ଷା କବଚ ମାଜ୍ଜୁବୁତ କରିଥାଏ। ଭାଇ ବି ଖୁସି ସ୍ନେହ ର ଭଉଣୀ ପାଇଁ। ନବରଙ୍ଗପୁର ଦିବ୍ୟାଙ୍ଗ ବିଦ୍ୟାଳୟ ଆଶା କିରଣ ରେ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟ ଓମ୍ ଶାନ୍ତି ଭଉଣୀ ମାନେ ଆସି ରାକ୍ଷୀ ପିନ୍ଧାଇ ଥିଲେ। ଆଶା କିରଣ ଅନ୍ତେବାସୀ ଯେଉଁମାନେ ଘରକୁ ଯାଇ ପାରିନଥିଲେ ସେମାନେ ରାକ୍ଷୀ ବାନ୍ଧି ହୋଇ ଖୁସି ଜାହିର କରିଥିଲେ। ରାକ୍ଷୀ ସହିତ ମିଠା ବି ଖାଇ ଥିଲେ। ପରେ ପରେ ବିଭିନ୍ନ ଗୀତ ଗାଇବା ସଙ୍ଗେ ସଙ୍ଗେ ନାଚ କରିଥିଲେ।ସହର ର ବିଭିନ୍ନ ଅନୁଷ୍ଠାନ ଏବଂ ସମାଜ ସେବୀ ମାନେ ଆସି ପିଲାଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇ ହସ ଖୁସି ରେ ସମୟ ବିତାଉଥିଲେ।ଓମ୍ ଶାନ୍ତି ରୁ ବି କେ ନମିତା, ରାକ୍ଷୀ ଭଉଣୀ,ବି କେ ଗିରିଶ ,ସ୍ୱାଗତିକା,ଅନିତା,ସାନ୍ଧ୍ୟ,ଜ୍ୟୋସ୍ନା, ଡଲି ଭଉଣୀ ସହିତ ଶିକ୍ଷୟତ୍ରୀ ରଚିତା ରାଉତ ଆସି ପିଲାଙ୍କୁ ରାକ୍ଷୀ ବାନ୍ଧିଥିଲେ,ଆଶା କିରଣ ର ଅଧ୍ୟକ୍ଷ ଜଗନ୍ନାଥ ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ମଧ୍ୟରେ ଇନ୍ଦ୍ରମଣି ମଙ୍ଗରାଜ,ରୀଙ୍କୁରାଜ୍ ବେହେରା,ଶାନ୍ତି ପଣ୍ଡା,ପାର୍ବତୀ ଜାନି,ଈଶ୍ୱର ବଞ୍ଜାର,ଉପସ୍ଥିତ ଥିଲେ, ଓମ୍ ଶାନ୍ତି ର ଭାଇ ଭଉଣୀ ମାନଙ୍କୁ ଅଧକ୍ଷ ଆଶା କିରଣ ଧନ୍ୟବାଦ୍ ପ୍ରଦାନ କରିଥିଲେ।

You may have missed