June 19, 2026

ଭାଇ-ଭଉଣୀ ଙ୍କ ପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା

IMG-20230830-WA0009
Share

ଭାଇ-ଭଉଣୀ ଙ୍କ ପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା

ବୋଲଗଡ଼,୩୦/୦୮(ଉପାନ୍ତ ଓଡିଶା):ରାକ୍ଷୀ ପୂର୍ଣ୍ଣିମା ଆମ ଦେଶରେ ବା ରାଜ୍ୟରେ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ । ଏହି ରାକ୍ଷୀ ପୂର୍ଣ୍ଣିମା କୁ ବିଭିନ୍ନ ସ୍ଥାନ ଅନୁସାରେ ରାକ୍ଷୀ ପୂର୍ଣ୍ଣିମା,ଗହ୍ମା ପୂର୍ଣିମା,ଶ୍ରାବଣ ପୂର୍ଣିମା, ଝୁଲଣ ପୂର୍ଣିମା,ନାରିକେଳ ପୂର୍ଣିମା ବୋଲି କହିଥାନ୍ତି। ଏହା ଜନପ୍ରିୟ ପାର ମ୍ପରିକ ହିନ୍ଦୁ ପର୍ବ ଅଟେ। ଏହି ପର୍ବ ଭାଇ ଓ ଭଉଣୀ ଙ୍କ ମଧ୍ୟରେ ବନ୍ଧୁତ୍ୱ କୁ ଦୃଢ କରିଥାଏ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ ଓ ତାର ଉଜ୍ଜଳ ଭବିଷ୍ୟତ ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥାଏ। ବଦଳରେ ଭାଇ ତାର ଭଉଣୀକୁ ରକ୍ଷାକରିବା ପାଇଁ ସଂକଳ୍ପ ନେଇଥାଏ। ଏହି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ ଙ୍କ ବଡଭାଇ ବଳରାମ ଏହି ଦିନ ଅବତୀର୍ଣ୍ଣ ହୋଇଥିଲେ। ତେଣୁ ଏହି ଦିନଟିକୁ ମଧ୍ୟ ବଳରାମ ଜୟନ୍ତୀ ରୂପେ ପାଳନ କରାଯାଇଥାଏ। ହଳ ମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହି ଦିନ ଗୃହ ପାଳିତ ଗାଈ, ବଳଦ ମାନଙ୍କୁ ଗାଧୋଇ ଦେଇ ସେମାନଙ୍କୁ ସଜାଇ ପୂଜା କରିବା ସହିତ ସିଂଘରେ ରାକ୍ଷୀ ବନ୍ଧା ଯାଇଥାଏ। ବିଭିନ୍ନ ପ୍ରକାରର ପିଠା ଓ ମିଠା ତିଆରି କରାଯାଇ ତାଙ୍କୁ ଖାଇବାକୁ ଦିଆ ଯାଇଥାଏ ତତସହିତ ପରିବାର ବନ୍ଧୁ ବାନ୍ଧବ ମାନଙ୍କୁ ବଣ୍ଟନ କରା ଯାଇ ଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed