April 26, 2026

ତିହୁଡା ମା ଜାଗୁଳାଇ ଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ..

IMG-20260330-WA0046
Share

ତିର୍ତ୍ତୋଲ:-ତା 30/3/2026 ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ନାଉଗାଁ ବ୍ଲକ ଅଧିନ ତିହୁଡାଗ୍ରାମ ସ୍ଥିତ, ମା ଜାଗୁଳାଇ ଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଗତ ମାର୍ଚ୍ଚ ଚବିଶତାରିଖ ଠାରୁ ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ, ପଞ୍ଚୁଦୋଳ ମେଳଣ, ଓ ମହାମନ୍ତ୍ର ନାମଯଜ୍ଞ ଆଦି ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହୋଇଯାଇଛି l ମା ଜାଗୁଳାଇ ମନ୍ଦିର ପରିଚାଳନା ସମିତି ର ସଭାପତି ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ପ୍ରତିଦିନ ପ୍ରାତଃକାଳରେ, ଶଙ୍ଖଧ୍ଵନି, ସମୂହପ୍ରାର୍ଥନା, ମଙ୍ଗଳଆଳତୀ, ପାର୍ଶ୍ଵଦେବଦେବୀ ପୂଜାର୍ଚ୍ଚନା,ଭାଗବତ ପରାୟଣ, ଓ ଯଜ୍ଞରେ ଆହୁତି ପଦାନ ପରେ ସନ୍ଧ୍ୟାରେ ଆରତୀ ଏବଂ ସ୍ୱାମୀ ମୁକୁନ୍ଦକୃଷ୍ଣ ଦାସ ମହାରାଜ ଧାରାବାହିକ ପ୍ରବକ୍ତା ଭାବେ ଦିବ୍ୟପ୍ରବଚନ ପ୍ରଦାନ କରିଥିଲେ l ଭିନ୍ନଭିନ୍ନ ଦିବସରେ ପୁରୀ ରାଧାବହ୍ଲଭ ମଠ ର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ସ୍ୱାମୀ ଗୋକୁଳାନନ୍ଦ ସରସ୍ବତୀ, ଓଡିଶା ସାଧୁସନ୍ଥ ସମାଜର ସଭାପତି ଚିନ୍ତାମଣି ପର୍ବତ ମହାରାଜ, ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି ଓ ବାବା ଦାମୋଦର ଦାସ ମହାରାଜ ଙ୍କ ସମେତ ପୁରୀ ଶ୍ରୀମନ୍ଦିର ର ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର, ବଳଭଦ୍ର ଙ୍କ ବାଡ଼ଗ୍ରାହୀ ଙ୍କ ପୁତ୍ର ଅନାଥ ଦାସ ମହାପାତ୍ର, ଙ୍କ ସହିତ ବହୁମଠମନ୍ଦିରର ମଠାଧୀଶ, ପୂଜକ ଓ ସେବାୟତ ମାନେ ଯୋଗଦେଇଥିବା ବେଳେ, ନ୍ୟାୟମୂର୍ତ୍ତି ଆନନ୍ଦ ଚନ୍ଦ୍ର ବେହେରା, କଟକ ଜଗନ୍ନାଥଭକ୍ତସମାଜ ର ସଭାପତି ଇଂ ପୂର୍ଣ୍ଣଚନ୍ଦ୍ର ସାହୁ, ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁ, ନାଉଗାଁ ଥାନା ଆଇ ଆଇ ସି ଦେବାଶିଷ ପଣ୍ଡା ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏଥିରେ ସକ୍ରିୟଅଂଶଗ୍ରହଣ କରିଥିଲେ l ମୁଖ୍ୟଆଚାର୍ଯ୍ୟ ପଣ୍ଡିତ ଦେବଦତ୍ତ ଦାଶ, ପୁସ୍ତକାଚାର୍ଯ୍ୟ ପଣ୍ଡିତ ଜଗନ୍ନାଥ ମହାରାଜ, ଓ ସହଯୋଗୀ ଆଚାର୍ଯ୍ୟ ଭାବେ ବିଜୟ କୁମାର ମିଶ୍ର,ବାବୁଲି ନନ୍ଦ, ମାଗୁଣି ପଣ୍ଡିତ ଓ ଟୁଟୁଭାଇନା ପ୍ରମୁଖ ଯଜ୍ଞପରିଚାଳନା କରିଥିବାବେଳେ, ପଣ୍ଡିତ ବିଷ୍ଣୁ ନାରାୟଣ ପାଢ଼ୀ ଜପଯଜ୍ଞ ର ଦାୟିତ୍ୱ ନିର୍ବାହ କରିଥିଲେ l ନିତ୍ୟପୂଜକ ରବୀନ୍ଦ୍ର କୁମାର ପାଢ଼ୀ ମାଆଙ୍କର ଷୋଡଶଉପଚାର ପୂଜାର୍ଚ୍ଚନା କରିବା ସହିତ ଅଭିନଵବେଶ ରେ ମାଆଙ୍କୁ ସଜ୍ଜିତ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର କର୍ମକର୍ତ୍ତା ବିଚିତ୍ରାନନ୍ଦ ଲେଙ୍କା, ବିଜୟ କୁମାର ଲେଙ୍କା, ଅନୀଲ କୁମାର ଲେଙ୍କା, ପ୍ରଶାନ୍ତ କୁମାର ଲେଙ୍କା, ଜଗବନ୍ଧୁ ଲେଙ୍କା, କାର୍ତ୍ତିକ ଚନ୍ଦ୍ର ନାୟକ, ନିରଞ୍ଜନ ସ୍ୱାଇଁ, ତୋଫାନ କୁମାର ବେହୁରା, ଶିବ ଚରଣ ଲେଙ୍କା ଓ ଗୋପୀନାଥ ମହାରଣା ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଆସନ୍ତା ବୁଧବାରଦିନ ମହାମନ୍ତ୍ର ନାମଯଜ୍ଞ ର ମହୋତ୍ସବ ଉଦଯାପିତ ହେବବୋଲି କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର