ବୋଧେଇ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ତ୍ରିଦିବସିୟ ସ୍ପିଚଥେରାପି ଶିବିର ଅନୁଷ୍ଠିତ

ତିର୍ତ୍ତୋଲ ତା ୩୦/୦୩/୨୬
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ବର୍ତ୍ତମାନ ସମୟରେ ଦେଖିବାକୁ ମିଳେ ଯେ,ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ପ।ରିଛନ୍ତି ।କେବଳ ଭିନ୍ନକ୍ଷମ ଙ୍କ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ଶିକ୍ଷାର ପ୍ରୟୋଗ ଦରକାର l ଏହିସବୁ ବିଷୟକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ଶିକ୍ଷା ବିଭାଗ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଏହି ଯୋଜନା ଅନୁସାରେ ଶିକ୍ଷା ବିଭାଗ ଦ୍ୱାରା ବ୍ଲକ ସ୍ତରୀୟ ତ୍ରିଦିବସୀୟ ଭିନ୍ନକ୍ଷମ ସ୍ପିଚ ଥେରାପି ଶିବିର ଆୟୋଜନ କରାଇ ଭିନ୍ନକ୍ଷମ ପିଲାଙ୍କ ସ୍ମରଣ ଶକ୍ତିର କ୍ରମବିକାଶ କରାଯାଉଛି l ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧୀନରେ ଥିବା ବିଭିନ୍ନ କ୍ଲଷ୍ଟର ସଂଯୁକ୍ତ ବିଦ୍ୟାଳୟ ମାନଙ୍କରେ ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବୋଧେଇ ପଞ୍ଚାୟତ ଅଧୀନ ଜବାହର ସ୍ମୃତି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏକ ଭିନ୍ନକ୍ଷମ ସାମର୍ଥ ଶିବିର l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ଅଧୀନରେ ଥିବା ୩୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ୩୦ ଜଣ ଅବିଭାବକ ତିନି ଦିନ ଧରି ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ଉକ୍ତ ଶିବିର ପରିଚାଳନା ଦାୟିତ୍ୱରେ ବି.ଆର.ଟି. ପ୍ରମୋଦ କୁମାର ମଲ୍ଲିକ ଥିବା ବେଳେ, ବି.ଆର.ଟି. ମହେଶ୍ୱର ବେହେରା, ଏବଂ ଆର. ଟି.ସି.ଡବ୍ଲୁ. ତପସ୍ୱିନୀ ବେଉରା ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଓ ଉତ୍ତମ ମାନର ଫିଜିଓ ଥେରାପି ଏବଂ ସ୍ପିଚ ଥେରାପି ପ୍ରଶିକ୍ଷଣ ଦେବାରେ ସହାୟକ ହୋଇଥିଲେ l କିପରି ପିଲାମାନେ ଅକ୍ଷର ଖଞ୍ଜିବେ, ହାତ ଗୋଡ ର ସଂଚାଳନ କରିବେ, ପାଣି ପିଇବା ଆଦି ବିଷୟ କୁ ସୁପରିଚାଳନା କରିବାରେ ପ୍ରମୋଦ କୁମାର ମଲ୍ଲିକ ସମେତ ମହେଶ୍ୱର ବେହେରା ଓ ତପସ୍ୱିନୀ ବେଉରା ପ୍ରଚେଷ୍ଟା କରିଥିବାର ଅବିଭାବକ ମାନଙ୍କୁ ଅବଗତ କରି ଥିଲେ l ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକ ମାନଙ୍କର ଖାଦ୍ୟ ପେୟର ସୁବ୍ୟବସ୍ଥା ମଧ୍ୟ କରା ଯାଇଥିଲା । ଆଜି ଉଦଯାପନୀ ଦିବସରେ ପ୍ରତ୍ୟେକ ଙ୍କୁ ଗସ୍ତଖର୍ଚ୍ଚ ମଧ୍ୟ ପ୍ରଦାନ କରାଯାଇ ଥିବାର ଦେଖିବାକୁ ମିଳିଥିଲା । ସୂଚନା ଥାଉକି ଏହି କାର୍ଯ୍ୟକ୍ରମ ଗତ ୨୬/୦୩, ୨୮/୦୩ ଏବଂ ୩୦/୩ /୨୦୨୬ ତାରିଖରେ ଆୟୋଜିତ ହୋଇ ଥିଲା ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ର ପରିବର୍ତ୍ତନ ଅନେକାଂଶରେ ଉନ୍ନତି କରୁଥିବାର ଅବିଭାବକ ମାନଙ୍କ ଠାରୁ ପ୍ରକାଶ । ଏହି ପରି କାର୍ଯ୍ୟକ୍ରମ ଏଚ.ଆଇ. ଏବଂ ଏସ. ଆଇ. ପିଲାମାନଙ୍କ ଉପରେ ଭଲ ପ୍ରଭାବ ପକେଇବ ବୋଲି ବହୁ ଅବିଭାବକ ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳିଥିଲା ।
