ଉମରକୋଟ ରେ ଚଳିତ ବର୍ଷ ଦୀପାବଳି ପାଇଁ ଖେଳ ପଡ଼ିଆରେ ବାଣ ଦୋକାନ ବସାଇବାକୁ ସାଧାରଣରେ ଜୋରଦାର ଦାବି………..
..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ଆସୁଥିବା ପବିତ୍ର ଦୀପାବଳି ପର୍ବକୁ ଆଖି ଆଗରେ ରଖି ସହର/ଅଞ୍ଚଳରେ ବାଣ ବିକ୍ରୟ ପାଇଁ ଏକ ନିର୍ଦ୍ଦିଷ୍ଟ ଏବଂ ସୁରକ୍ଷିତ ସ୍ଥାନ ଧାର୍ଯ୍ୟ କରାଯିବା ନେଇ ଦାବି ଜୋର ଧରିଛି। ସାଧାରଣ ଜନତା, ସ୍ଥାନୀୟ ବାସିନ୍ଦା ଏବଂ ବାଣ ବ୍ୟବସାୟୀଙ୍କ ପକ୍ଷରୁ ସ୍ଥାନୀୟ ଖେଳ ପଡ଼ିଆରେ ବାଣ ଦୋକାନଗୁଡ଼ିକ କରାଯିବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି। ବଜାର କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନ , କେମ୍ପୋସ ଭିତରେ ରେ ବାଣ ଦୋକାନ ବସିଲେ ଅଘଟଣର ଆଶଂକା ଅଧିକ ରହିଥାଏ। ଖେଳ ପଡ଼ିଆଟି ଖୋଲା ସ୍ଥାନ ହୋଇଥିବାରୁ ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଦମକଳ ଗାଡ଼ି ପହଞ୍ଚିବା ସହଜ ହେବ।ବଜାର ଅଞ୍ଚଳରେ ଦୋକାନ ବସିଲେ ଟ୍ରାଫିକ ଜାମ୍ ଏବଂ ଅତ୍ୟଧିକ ଭିଡ଼ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ପଡ଼ିଆରେ ଦୋକାନ ହେଲେ କିଣାବିକ୍ରି ସୁରୁଖୁରୁରେ ହୋଇପାରିବ। ଗାଡ଼ିମୋଟର ପାର୍କିଂ ଏବଂ ଲୋକଙ୍କ ଯିବାଆସିବା ପାଇଁ ପେରେଡ ପଡ଼ିଆରେ ଯଥେଷ୍ଟ ସ୍ଥାନ ରହିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଯେ, ଯଦି ପ୍ରଶାସନ ପକ୍ଷରୁ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଖେଳ ପଡ଼ିଆକୁ ଚିହ୍ନଟ କରାଯାଇ ଶୃଙ୍ଖଳିତ ଭାବେ ଦୋକାନ ବଣ୍ଟାଯାଏ, ତେବେ ଦୁର୍ଘଟଣା ଏଡ଼ାଯାଇପାରିବ ଏବଂ କିଣାବିକ୍ରି ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇପାରିବ। ତେଣୁ, ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୌରପରିଷଦ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
