June 23, 2026

ନିଉ ଏରା ପବ୍ଲିକ ସ୍କୁଲ ର ଶିକ୍ଷକ ଓ ଛାତ୍ର ସମ୍ବର୍ଦ୍ଧିତ

WhatsApp Image 2023-01-30 at 16.10.0
Share

 

ବୁଗୁଡ଼ା: ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧଖୋଲ ପାଦଦେଶରେ ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଗୁଡ଼ା ନିଉ ଏରା ପବ୍ଲିକ୍ ସ୍କୁଲ ର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶ ଓ କୃତି ଛାତ୍ର ବିଭୁ ପ୍ରସାଦ ଦାଶ ସମ୍ବର୍ଦ୍ଧିତ ହୋଇଛନ୍ତି। ଶିକ୍ଷକ ଶ୍ରୀ ଦାଶ ଙ୍କୁ ପ୍ରକୃତି ସୁରକ୍ଷା ଓ , ବନ୍ୟଜନ୍ତୁ ସରଂକ୍ଷଣ, ବ୍ୟାପକ ବୃକ୍ଷରୋପଣ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବାରୁ ଏବଂ ଚଳିତ ବର୍ଷ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବାରୁ ଛାତ୍ର ବିଭୁ ପ୍ରସାଦ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଦୁଇ ପ୍ରତିଭାଙ୍କୁ ଯଥାକ୍ରମେ ବ୍ଲକ୍ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ମାନପତ୍ର ସହ ଉପାୟନ ପ୍ରଦାନ କରିଛନ୍ତି। ଏଥିପାଇଁ ଉଭୟ ଗୁରୁ ଶିଷ୍ୟଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି।