July 21, 2026
ଗୁଣପୁରରେ ଶହୀଦ ଦିବସ ପାଳିତ
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁରରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶହୀଦ ଦିବସ ଭାବେ ପାଳିତ ହୋଇଛି । ଏହି ଅବସରରେ ସକାଳ 10,30ମି ସମୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଉପ ଜିଲ୍ଲାପାଳ ଗୁଣପୁର ଶ୍ରୀ ଲଳିତ କୁମାର କହଁର, ପୋୖରାଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ପୌର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦିନ 11ଘଟିକା ସମୟରେ ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଚୌଧୁରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ସେସ୍କନ ଅଧିକାରୀ ଶ୍ରୀମତୀ ମନୋରଂଜନୀ କାର୍ଜିଙ୍କ ସମେତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ ବରିଷ୍ଠ ସହାୟକ ଶ୍ରୀ ରାଧା ଚରଣ ସେଠି ଓ ଲୋକ ସମ୍ପର୍କ କର୍ମଚାରୀ ଅନନ୍ତ ପାତ୍ର ପରିଚାଳନା କରିଥିଲେ । ସେହିପରି ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ପୋୖରାଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ଙ୍କ ଅଧ୍ୟକ୍ଷତାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ମୁଖ୍ୟ କିରାଣୀ ବସନ୍ତ ବେହେରା ଓ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

You may have missed