November 25, 2024

ରକ୍ଷା ବନ୍ଧନ ନେଇ ନାନା ମୁନିଙ୍କ ନାନା ମତ ! ଦ୍ଵନ୍ଦରେ ଲୋକେ

Share

ରକ୍ଷା ବନ୍ଧନ ନେଇ ନାନା ମୁନିଙ୍କ ନାନା ମତ ! ଦ୍ଵନ୍ଦରେ ଲୋକେ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଆସୁଛି ରାଖୀ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ଅତି ଇତ୍ସୁକତା ର ସହ ଭଉଣୀ ଟିଏ ଚାହିଁ ବସିଛି ତା ଭାଇ ହାତରେ ରାଖୀ ବାନ୍ଧିବ ବୋଲି । ଏଥିପାଇଁ ରାଖୀ ଓ ମିଠା ଦୋକାନ ମାନଙ୍କରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ହରେକ ରକମର ରାଖୀ ମଧ୍ୟରୁ ଭାଇ ହାତକୁ ସୁନ୍ଦର ଦେଖା ଯିବା ରାଖୀ ବାଛି କିଣୁଛି ଭଉଣୀ । ଏଭଳି ସ୍ଥିତିରେ ଏବେ ଏହା ପାଳନ କରିବାକୁ ନେଇ ଉଠିଛି ଦ୍ୱନ୍ଦ । ନାନା ମୁନି ନାନା ମତ ଦେଉଛନ୍ତି । କାହା କଥା ମାନି କେବେ ରାଖୀ ବନ୍ଧନ ହେବ ସେନେଇ ଦ୍ଵନ୍ଦରେ ସାଧାରଣ ଲୋକେ । କ୍ୟାଲେଣ୍ଡର ରେ ୩୦ ତାରିଖରେ ରାଖୀ ବନ୍ଧନ ଓ ୩୧ ତାରିଖରେ ଗହ୍ମା ପୂର୍ଣ୍ଣିମା ବୋଲି ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ପୁରୀ ଶ୍ରୀମନ୍ଦିର ରେ ଏହି ପର୍ବ ୩୧ ତାରିଖରେ ପାଳନୀୟ ହେଉଛି । ସୂର୍ଯ୍ୟଦୟ କୁ ଲକ୍ଷ୍ୟ କରି ଶ୍ରୀଜଗନ୍ନାଥ ସଂସ୍କୃତି ଓ ମନ୍ଦିରରେ ଏହା କରାଯାଉଥିବା ପଣ୍ଡିତ ମାନେ କହୁଛନ୍ତି । ଆସନ୍ତା କାଲି ବୁଧବାର ଦିନ ୧୧ ଟା ୨୨ ମିନିଟ ପରେ ପୂର୍ଣ୍ଣିମା ପଡୁଛି ଓ ଗୁରୁବାର ପ୍ରତିପଦା ତିଥି ଆସୁଛି ତେଣୁ ଗୁରୁବାର ରକ୍ଷା ବନ୍ଧନ ହୋଇ ପାରିବ ନାହିଁ ବୋଲି ଗୁଣୁପୁର ର ଅବସର ପ୍ରାପ୍ତ ଶିକ୍ଷକ ତଥା ପୁରୋହିତ ନବୀନଚନ୍ଦ୍ର ରଥ ପ୍ରକାଶ କରିଛନ୍ତି । ଏପରି ହେଲେ ଦେଶ ରାଜ୍ୟ ପାଇଁ ବିପତ୍ତି ବୋଲି ପୁରାଣରେ ବର୍ଣ୍ଣିତ ଥିବା ସେ କହିଛନ୍ତି । ତେବେ କିପରି ଓ କେବେ ଏହା ପାଳିତ ହେଉଛି ଦେଖିବାକୁ ରହିଛି ।