September 20, 2026

ଶ୍ରୀ ରଘୁନାଥ ଜୀଉ ଆଞ୍ଚଳିକ ଜମିହରା କୃଷକ କଲ୍ୟାଣ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

IMG-20250429-WA0027
Share

। ଶ୍ରୀ ରଘୁନାଥଜୀଉ ଆଞ୍ଚଳିକ ଜମିହରା କୃଷକ କଲ୍ୟାଣ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରଘୁନାଥଜୀଉ ମନ୍ଦିର ପ୍ରଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଉପଦେଷ୍ଠା ଡକ୍ଟର ସୁଧାଂଶୁ ଶେଖର ମୋହାପତ୍ର, ଶ୍ରୀ ନବଘନ ସ୍ଵାଇଁ , ସଭାପତି ଶ୍ରୀ ଜୟଦେବ ମୋହପତ୍ର ଉପସ୍ଥିତି ରହି ଓଡ଼ିଶା ରାଜ୍ୟ ସରକାର ଶିଳ୍ପ ଉଦ୍ଦେଶ୍ୟରେ ଶିଳ୍ପ ଭିତ୍ତି ଭୂମି ଉନ୍ନୟନ ନିଗମ ଓଡ଼ିଶା ଦ୍ଵାରା ଫତେପୁର, ପ୍ରତାପପୁରର ରାଜସ୍ବ ମୌଜାର ଅଧି ଗୃହୀତ ସାତଶହ ବାଇଶି ଏକର ଜମିର ଦଣ୍ଡାୟମାନ ଅଟ୍ଟାଳିକା,ବାସଗୃହ, ଗଛଲତା, ମତ୍ସ୍ୟଚାଷ, ପୋଖରୀ ଇତ୍ୟାଦି ସମ୍ବଳର, ସର୍ଭେକ୍ଷଣ କରାଇ ନ୍ୟାୟଦିତ ମୂଲ୍ୟ ନିରୂପଣ କରି ଜମିର ଉଚିତ ବର୍ଦ୍ଧିତ କ୍ଷତିପୁରାଣ ଅର୍ଥରାଶି ସଂଯୁକ୍ତ କରି କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ପ୍ରଦାନ କହିବା ସମ୍ପର୍କରେ , ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ସୁଣାଣୀ ରେ ଜିଲ୍ଲପାଳଙ୍କୁ ଦାବିପତ୍ର ଦେବା ସହ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ପଠାଇଛନ୍ତି ବୋଲି ସଙ୍ଘ ତରଫରୁ ପ୍ରକାଶ କହିଛନ୍ତି।ଏହି ବୈଠକରେ ଉପସଭାପତି ରବୀନ୍ଦ୍ର ମାଝୀ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସାମଲ, ସମ୍ପାଦକ ଚନ୍ଦ୍ର କିଶ୍ୱର ଦାସ, ରାମଚନ୍ଦ୍ର ସାମଲ,ପ୍ରମୁଖ ସହ ବାହୁ ଚାଷି ମାନେ ଉପସ୍ଥିତ ଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )