May 10, 2026

ଉମରକୋଟ ଠାରେ ଆମ ଓଡ଼ିଶା ଓ ଫକିର ମୋହନ ପଠନ ଶାଳ। ମିଳିତ ଆନୁକୁଲ୍ୟରେ ସ୍ୱାଭିମାନ ଦିବସ ପାଳିତ………

IMG-20250429-WA0030
Share

 

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ମଧୁ ବାବୁ ଙ୍କ ଜୟନ୍ତୀ ଅବସର ରେ ଆମ ଓଡ଼ିଶା ଓ ଫକିର ମୋହନ ପଠନ ଶାଳ। ର ମିଳିତ ଆନୁକୁଲ୍ୟରେ ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲ୍ ପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ୱାଭିମାନ ଦିବସ ମହା ସମାରୋହ ରେ ପାଳିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଓଡ଼ିଶା ସହିତ ଏକାଡେମୀର ସଦସ୍ୟ ବଲ୍ଲଭ ରାଉତ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସୁରେନ୍ଦ୍ର ନାଥ ଦାସ, ସମ୍ମାନିତ ଅତିଥି ଭାବେ ଚିକଲପଦର ସରପଞ୍ଚ ଉଷ। ନାୟକ, ବରିଷ୍ଠ ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ, ଏ ବି ଇ ଓ ଶ୍ରି ଦେବେନ୍ଦ୍ର ବାଘ ଓ ସୋନା ମାଝି, ଅଭୟ ଚରଣ ନାୟକ, ମହାନନ୍ଦ ମହାଳିକ ଯୋଗ ଦେଇଥିବା ବେଳେ ଫକିର ମୋହନ ପଠନ ଶାଳ। ର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ବ କରିଥିଲେ। ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ପୂର୍ଣ୍ଣ ଚନ୍ଦ୍ର ସେଠି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।

ସମସ୍ତ ଅତିଥି ମାନେ ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବକ୍ତା ମାନେ ମଧୁ ବାବୁ ଙ୍କ ଭାରତ ରତ୍ନ ଦେବ। ପାଇଁ ଦାବୀ କରାଯାଇଥିଲା। ସାଗର ପରିଡ଼ା, ନଗେନ୍ଦ୍ର କୁମାର ରାଉତ, ଅଞ୍ଜନ ଦାସ , ଶାନ୍ତି ଲତା ମହାନ୍ତି, ଶେଖ୍ ନାସିର ଉଧିନ, ପ୍ରକାଶ ଚନ୍ଦ୍ର ବେହେରା, ରାମ ଚନ୍ଦ୍ର ରାମ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରି ଥିଲେ।