ରାମଭିଷେକ ଓ ନାଚଗୀତରେ ନଗର ପରିକ୍ରମା, ରାମନାମ ରେ ପ୍ରକମ୍ପିତ ହେଲା ଆଳିପଡ଼ା ଗ୍ରାମ l
ବାର ଦଶନ୍ଧିରୁ ଉର୍ଦ୍ଧଦିନ ହେବ ପୁରୀଜିଲ୍ଲା କଣାସ ବ୍ଲକ ଆଲିପଡ଼ା ଗ୍ରାମରେ ଦୀର୍ଘ ପଚିଶ ଦିନ ହେବ ରାମକଥା ବିଭିନ୍ନ ପ୍ରବଚକ ମାନଙ୍କୁ ନେଇ ପ୍ରତ୍ୟେକ ସନ୍ଧ୍ୟାରେ ପରିବେଷଣ କରାଯିବା ସହିତ ଗ୍ରାମର କଳାକାର ମାନଙ୍କୁ ନେଇ ପ୍ରତ୍ୟେକ ରାତିରେ ରାମନାଟକ ବା ରାମଲୀଳା ମହାଡ଼ମ୍ବର ରେ କରାଯାଇଛି l ଆଜି ଶେଷ ଦିନରେ ସକାଳୁ ରାମଭିଷେକ କରାଯାଇ ମହାପ୍ରଭୁ ରାମଚନ୍ଦ୍ର ଙ୍କୁ ରାଜାବନାଇ ଆଳିପଡ଼ା ଗ୍ରାମବାସୀ ମହାରାଜ ରାମଚନ୍ଦ୍ରଙ୍କୁ ରଥରେ ବସାଇ ନାଚଗୀତ କରି ଘଣ୍ଟଘଣ୍ଟା ଝାଞ୍ଜକିର୍ତନ ମୃଦଙ୍ଗ ର ତାଳେତାଳେ ନଗର ପରିକ୍ରମା କରାଇ ନଦୀରେ ବୁଡ଼ ପକାଇ ପ୍ରସାଦ ସେବନକରିଥିଲେ l ଏହି କାର୍ଯ୍ୟକ୍ରମକୁ ଆଳିପଡ଼ା ଗ୍ରାମର ଆବାଳବୃଦ୍ଧବନିତା ଏବଂ ପାଖାପାଖି କୋଡିଏରୁ ଉର୍ଦ୍ଧ ଗ୍ରାମର ଭକ୍ତ ଏବଂ ପୁରୀଜିଲ୍ଲାର ବିଭିନ୍ନ ବ୍ଲକର ଶ୍ରଦ୍ଧାଳୁମାନେ ଏହି ଧାର୍ମିକ ଯାତ୍ରାରେ ନିଜକୁ ନିୟୋଜିତ କରି ନୃତ୍ୟକରି ମହାରାଜ ରାମଙ୍କ ଅଭିଷେକ ପାଳନ କରିବା ସହିତ ଦୀର୍ଘବର୍ଷ ଧରି ଆଳିପଡ଼ା ଗ୍ରାମବାସୀ ଏହି ଧାର୍ମିକ କାର୍ଯ୍ୟକ୍ରମ କରି ଆସୁଥିବା ରୁ ଆଳିପଡ଼ା ଗ୍ରାମବାସୀଙ୍କ ପ୍ରତି ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଉପଦେଷ୍ଟା ସମାଜସେବୀ ମୋହନ ପରିଡାଙ୍କ ସହିତ ଆଳିପଡ଼ା ଗ୍ରାମବାସୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
