September 18, 2026

ମୋଦୀଜୀଙ୍କ ଜନ୍ମଦିନରେ ଶରଧାବାଲି ମଣ୍ଡଳର ବନ୍ଧୁ ମିଳନ ଓ ସମୂହ ଦୀପଦାନ

IMG-20260918-WA0010
Share

 

 

ପୁରୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଶରଧାବାଲି ମଣ୍ଡଳ, ପୁରୀ ପକ୍ଷରୁ ଦେଲ୍ଟା କଲୋନୀସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ପୁରୀ ବିଧାନସଭା ଅଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ମଣ୍ଡଳ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ନନ୍ଦ, ଶ୍ରୀ ମନୋଜ ଅଗ୍ରୱାଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ଦାଶ ଏବଂ ଯୁବ ମୋର୍ଚ୍ଚାର ଶ୍ରୀ ବିନାୟକ ଆଶିଷ ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ।

ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ତରେଇଙ୍କ ସମେତ ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ ଚିତ୍ତରଞ୍ଜନ ବିଶ୍ୱାଳ, ଶ୍ରୀ ନାରାୟଣ ପାତ୍ର, ଶ୍ରୀ ନାରାୟଣ ଦାଶ, ଶ୍ରୀ ରମେଶ ଚନ୍ଦ୍ର ଜେନା, ଶ୍ରୀ ସଞ୍ଜୀବ କୁମାର ମୁଖାର୍ଜୀ, ଏନ୍ ବଳରାମ ରେଡ୍ଡୀ,ବାବୁଲା ପ୍ରସାଦ,ବିଭୂତି କୁମାର ମିଶ୍ର,ଅକ୍ଷୟ ମହାନ୍ତି ଶ୍ରୀ ଜ୍ୟୋତି ମହାପାତ୍ର, ଶ୍ରୀମତୀ ରଞ୍ଜିତା ପାଢ଼ୀ, ଶ୍ରୀମତୀ ଅନିତା ପଟ୍ଟନାୟକ, ଶ୍ରୀ ମନୋଜ କୁମାର ରଥ, ସୁଦଶା ପଣ୍ଡା,ମାଉସୀ ମା’ ମଣ୍ଡଳର ସଭାପତି ଶ୍ରୀ ଅଜୟ ଦାସଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସ୍ଥ, ନିରୋଗ ଓ ଦୀର୍ଘାୟୁ ଜୀବନ କାମନା କରି ମଙ୍ଗଳା ମନ୍ଦିର ପରିସରରେ ସମୂହ ଦୀପଦାନ କରାଯାଇଥିଲା। ଏହି ସମୂହ ଦୀପଦାନ ମାଧ୍ୟମରେ ଦେଶର ଶାନ୍ତି, ସମୃଦ୍ଧି ଓ ଜନକଲ୍ୟାଣ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା।

ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଭାଇଚାରା, ସାଙ୍ଗଠନିକ ଏକତା ଓ ପାରସ୍ପରିକ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ସମସ୍ତ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ସଂଗଠନକୁ ମଜବୁତ କରିବା ସହ ଜନସେବା କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ଶୁଭେଚ୍ଛା ଜଣାଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ