ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କଲେ ସହାୟ ଗୃହ ଓ ସକ୍ତି ଶଦନ ର ଅନ୍ତେବାସୀ ଓ ସମସ୍ତ କର୍ମକର୍ତ୍ତା
ବଅଁରପାଳ, : ସଂନ୍ଧ୍ୟା ସମୟ ରେ ବଳରାମପ୍ରସାଦ ପଞ୍ଚାୟତ ଠାରେ ଥିବା ସହାୟ ଗୃହ ଓ ଅନୁଗୋଳ ପଞ୍ଚମହଲା ଠାରେ ଥିବା ଶକ୍ତି ଶଦନ ପରିସରରେ ବଡ ଆଡମ୍ବର ସହକାରେ ପାଳିତ କଲେ ଶ୍ରୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ,ସହାୟ ଗୃହ ରେ ୧୦୦ ଅନ୍ତେବାସୀଙ୍କ ସହିତ ସେଠିକାର ସଦସ୍ୟ ଓ ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ଵାରା ବଡ଼ ଆନନ୍ଦ ଉଲ୍ଲାସରେ ଆଜି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ବହୁଆଡମ୍ବରରେ ସହକାରେ ପାଳନ କରିଛନ୍ତି । ସେହିପରି ଅନୁଗୋଳ ପଞ୍ଚମହଲା ସ୍ଥିତ ଠାରେ ଥିବା ଶକ୍ତି ସଦନ ପରିସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କଲେ ୫୦ ଅନ୍ତେବାସୀ ଓ ସମସ୍ତ କର୍ମକର୍ତ୍ତାମାନେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ (ଏ.ବି.ସି.ଡି) ସଂସ୍ଥାର ସମ୍ପାଦିକା ମମତା ମହାପାତ୍ର ଓ ସଦସ୍ୟ ମୋତିରାମ ଜେନା ।
