ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଞ୍ଚାୟତର ମାଁ ଠାକୁରାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ…………..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଞ୍ଚାୟତର ଜଡାପଦର ଗ୍ରାମ ଓ ଶିରିଗୁଡ଼ା ଗ୍ରାମର ମିଳିତ ଭାବେ ଏକ ମା ଠାକୁରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ତିନି ଦିନ ଧରି ଚାଲି ଥିଲା l ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରେ ଚବିଶି ଗୋଟି ଦଳ ଭାଗ ନେଇଥିଲେ l ଏଥିରେ କୁର୍ସି ପଞ୍ଚାୟତର ଜୁନାପାଣି ଓ ଦେଓବନ୍ଧ ଓ ଜଡା ପଦର ଫୁଟବଲ୍ ଦଳ ସେମି ଫାଇନାଲ୍ ଖେଳରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଫାଇନାଲ ମ୍ୟାଚରେ ପ୍ରବେଶ କରି ଥିଲେ ଘରେଇ ଦଳ ଜଡାପଦର ଓ ଦେଓବନ୍ଧ ଦଳ ସମୟ ସୀମା ମଧ୍ୟରେ କେହି ଦଳ ମଧ୍ୟ ଗୋଲ କରିପାରିନ ଥିବା ଯୋଗୁଁ ଶେଷରେ ଦେଓବନ୍ଧ ଦଳ ପେନାଲିଟି ସର୍ଟ ରେ ଅଧିକ ଗୋଲ ମାରି ବଜୟ ଲାଭ କରିଥିଲେ l ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ସଭାପତି ଶ୍ରୀ ପଦ୍ମନାଥ ଭତ୍ରା ,ସମ୍ପାଦକ ଶ୍ରୀ ମନୋହର ଭତ୍ରା ଓ ମା ଠାକୁରାଣୀ ଗ୍ରାମ୍ୟ ଯୁବ କମିଟି ର ସଦସ୍ୟ କମଲୁ ଗଣ୍ଡ, ଶୁକନାଥ ଗଣ୍ଡ, ରବିନ୍ଦ୍ର ଗଣ୍ଡ, ରତନ ଗଣ୍ଡ, ଦ୍ଵାରା ଆୟୋଜିତ କରାଯାଇଥିଲା l ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଙ୍କ ପ୍ରତି ନିଧି ଶ୍ରୀ ରାମ ନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ବେହେଡା ମଣ୍ଡଳ ସଭାପତି ଶ୍ରୀ ବୈକୁଣ୍ଠନାଥ ଭତ୍ରା , ବି.ଜେ.ପି ଦଳର ବରିଷ୍ଠ ନେତା ଶ୍ରୀ ମୁନା ପାଣିଗ୍ରାହୀ ଓ ଜୋଟି ପଟ୍ଟନାୟକ, ବି.ଜେ.ପି କର୍ମୀ ସୀମାଞ୍ଚଳ ବିଶୋଇ, ବେହେଡା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଚୈତ୍ରରାମ ଗଣ୍ଡ, ସମିତି ସଭ୍ୟଙ୍କ ପ୍ରତିନିଧି ନରସିଂହ ଗଣ୍ଡ, ନାଏବ ସରପଞ୍ଚ ମଙ୍ଗଳ ଭତ୍ରା, ଯୋଗଦେଇ ଥିବାବେଳେ ବରେଣ୍ୟ ଅତିଥି ଭାବେ ପର୍ବତ ସରପଞ୍ଚ ବୀର ନଥ ଗଣ୍ଡ, ପୂର୍ବତନ ସମିତି ସଭ୍ୟ ଶ୍ରୀ ଖଗପତି ସାନ୍ତା, ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ଅଠ ହାଜର ଏକାବନ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ଛଅ ହଜାର ପାଞ୍ଚଶହ ଏକାବନ ଟଙ୍କା ପ୍ରଦାନ କରାଯାଇଥିଲା l ଖୋଳକୁ ଦେଖିବା ନିମନ୍ତେ ପ୍ରାୟ ପାଞ୍ଚଶହ ଦର୍ଶକ ଉପସ୍ଥିତ ଥିଲେ l
