June 12, 2026
ajiro khabar
Share

 

 

୧-ନୀତି ଆୟୋଗରେ ଓଡ଼ିଶାର ଦମଦାର ରିପୋର୍ଟ କାର୍ଡ; ୭.୯% ଅଭିବୃଦ୍ଧି ସହ ଦେଶରେ ନଂ-୧, ଅର୍ଥନୀତିରୁ AI ଯାଏଁ ସଫଳତା ଉପସ୍ଥାପନ।

 

୨-ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ; ବିଜେପି ଟିକେଟ୍‌ରେ ଏକତରଫା ବିଜୟ।

 

୩-ପୁରୀ:ଆସନ୍ତା ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା।ସ୍ନାନଯାତ୍ରାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଠାକୁରଙ୍କ ବେଶ ତିଆରିରେ ଲାଗିଛନ୍ତି ବେଶ କାରିଗର।

 

୪-ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା, ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି।ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଦେଖାଇ OSRTC ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ।

 

୫-ଜୁନ୍ ୧୯ ଓ ୨୦ରେ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ଡିଜିପିଙ୍କ ସୁରକ୍ଷା ପ୍ରସ୍ତୁତି ସମୀକ୍ଷା।

 

୬-କେନ୍ଦ୍ରାପଡ଼ା:ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ, ନିଲମ୍ବିତ ହେଲେ ଦୁଇ ଅବକାରୀ ଅଧିକାରୀ।ନିଲମ୍ବିତ ଅଧିକାରୀ ହେଲେ ଅବକାରୀ SI ଛାୟାକାନ୍ତ ନାୟକ ଓ ଅବକାରୀ କମିଶନର ASI ପ୍ରଦୀପ ମଲ୍ଲିକ ।

 

୭-ଭୁବନେଶ୍ୱର:ତଦନ୍ତ କମିସନ ଫାଇଲ୍ ହଜିବା ଘଟଣା; FIR ରୁଜୁ ପରେ ଲୋକସେବା ଭବନରେ ଆରମ୍ଭ ହେଲା ପୋଲିସର ଖୋଳତାଡ଼।

 

୮-ସୌମ୍ୟ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ,ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଲାଗିଥିଲା ଗଭୀର ଆଘାତ । ତାଙ୍କୁ କଠିନ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଥିବାର ରିପୋର୍ଟରେ ଦର୍ଶାଯାଇଛି ।

 

୯-ଜଗତସିଂହପୁର, ନାଉଗାଁ:ଦିନରେ ଫେରିବାଲା ଆଉ ରାତିରେ ଗଞ୍ଜେଇ ବେପାର, ୪ ଗିରଫ।

 

୧୦-ଭଦ୍ରକ:ଭଦ୍ରକରେ ଏନକାଉଣ୍ଟର, ଆହତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ହସ୍ପିଟାଲରେ ଭର୍ତ୍ତି।

 

୧୧-ବ୍ରହ୍ମପୁର:ପ୍ରେମିକାକୁ ବାଇକରୁ ପକାଇ ହତ୍ୟା ମାମଲା, ଘଟଣାସ୍ଥଳରେ ଅପରାଧ ଦୃଶ୍ୟାବତାରଣ କଲା ପୁଲିସ।

 

୧୨-କେନ୍ଦ୍ରାପଡ଼ା: ବ୍ଲକ୍ ରେ ଅଭିଯୋଗ ଦାଖଲ ବେଳେ ଉତ୍ତେଜନା, ମହିଳା ସରପଞ୍ଚ ଚାମେଲି ଓଝା ଆକ୍ରୋଶର ଶିକାର।

 

୧୩-ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।

 

୧୪-ବ୍ରଜରାଜନଗର:ଏମ ସି ଏଲ କର୍ମଚାରୀଙ୍କୁ ଲାଞ୍ଚ ନେଇଥିବା ବେଳେ ଧରିଲା ସିବିଆଇ।

 

୧୫-ICC ଦିନିକିଆ ଓ ଟି-୨୦ ରାଙ୍କିଙ୍ଗରେ ଶୀର୍ଷରେ ଟିମ୍ ଇଣ୍ଡିଆ, ଟେଷ୍ଟରେ ଘାଟା।

 

୧୬-ରାହୁଲ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ଭାରତୀୟ ଦଳରୁ ଡାକରା, ବାପାଙ୍କ ପରେ ପୁଅ ଦେଖାଇବେ କମାଲ।

 

୧୭-ନ୍ୟୁୟର୍କ:୨୩ତମ ହକି ବିଶ୍ବକପ୍ ଆରମ୍ଭ, ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ହରାଇଲା ମେକ୍ସିକୋ।

 

୧୮-ବର୍ମିହାମ୍: ଆଜିଠୁ ମହିଳା T20 ବିଶ୍ଵ କପ୍,୧୨ ଦଳ ,ଖେଳାଯିବ ୩୩ ମ୍ୟାଚ୍।

 

୧୯-ହର୍ମୁଜ ନିକଟରେ ଆମେରିକାର ଆକ୍ରମଣ ; ୩ ଭାରତୀୟ ନାବିକ ମୃତ,୨୧ ଉଦ୍ଧାର। ଆମେରିକା ମାନୁନି କି ଇରାନ ହାରୁନି।

 

୨୦-ପାକିସ୍ଥାନ:ଇଦଗା ଗ୍ରାଉଣ୍ଡରେ ଏକାଠି ହୋଇଥିବା ହଜାର ହଜାର ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନୀ ସେନା ଗୁଳି ଚଳାଇବାରୁ ଅତି କମରେ ୧୬ ଜଣଙ୍କର ମୃତ୍ୟୁ, ଏବଂ ୩୭ ରୁ ଅଧିକ ଆହତ।