ମନ୍ତ୍ରୀ ଓ ସାଂସଦ ଙ୍କୁ ଭେଟିଲେ ରଘୁନାଥ ଜୀଉ ଆଞ୍ଚଳିକ ଜମିହରା କୃଷକ କଲ୍ୟାଣ ସମିତି
ମାର୍ଚ୍ଚ ମାସ 4 ତାରିଖରୁ ଆଯାକୁ 16 ମାସ ହେବ ଅନୁକମ୍ପା ମୂଳକ ରାଶି ପ୍ରତି ଏକର ପିଛା 8 ଲକ୍ଷ୍ୟ 35 ହାଜର ଟଙ୍କା ଚାଷୀ ମାନଙ୍କୁ ପ୍ରତିଶୃତି ଦେଇଥିବା ମନ୍ତ୍ରୀ ଓ ସାଂସଦ ଏପର୍ଯ୍ଯନ୍ତ ହୋଇନଥିବା ବେଳେ ଗତ 20 ତାରିଖ ରାତ୍ର 10 ଟା ସମୟରେ ପାରାଦୀପ ସ୍ଥିତ ମଧୁବନ ରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସାଂସଦ ଡ଼କ୍ଟର ବିଭୁ ପ୍ରସାଦ ତରାଇ ଙ୍କୁ ରଘୁନାଥ ଜୀଉ ଆଞ୍ଚଳିକ ଜମିହରା କୃଷକ କଲ୍ୟାଣ ସମିତି ର ଉପଦେଷ୍ଟା, ଡ଼କ୍ଟର ସୁଧାଂଶୁ ଶେଖର ମହାପାତ୍ର , ନବଘନ ସ୍ୱାଇଁ,ସଭାପତି ଜୟଦେବ ମହାପାତ୍ର , ଉପ ସଭାପତି ରବିନ୍ଦ୍ର ମାଝୀ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସାମଲ, ସମ୍ପାଦକ, ଚନ୍ଦ୍ର କିଶୋର ଦାସ, କୋଷାଧ୍ୟକ୍ଷ ଇନ୍ଦ୍ରମଣି ସାହୁ ପ୍ରମୁଖ ସଧାରଣ ଚାଷୀ ଭାଇ ଏକ ସହ ରୁ ଉର୍ଦ୍ଧ୍ବ ଭେଟି ଥିଲେ। ସମସ୍ତ ଙ୍କ ଉପସ୍ଥିତରେ ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମାନ୍ୟବର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ ଦୁଇ ମାସ ଭିତରେ ଆନୁ କମ୍ପା ମୂଳକ ରାଶି ପ୍ରତି ଏକର ପିଛା 8 ଲକ୍ଷ୍ୟ 35 ହାଜର ତାଙ୍କ ଚାଷୀ ମାନଙ୍କୁ ପ୍ରଦାନ କରିବା ପାଇଁ ପ୍ରତି ଶ୍ରୁତି ଦେଇଛନ୍ତି। ତେଣୁ କମିଟି ସଦସ୍ୟ ଓ ସଧାରଣ ଚାଷୀ ମାନଙ୍କ ପକ୍ଷରୁ ମନ୍ତ୍ରୀ ଓ ସାଂସଦ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
