March 10, 2026

ଗଞ୍ଜାମ ଏନଏସି ସ୍ୱାୟତ୍ତ ଶାସନ ପାଇଁ ବକୃତା, ଚିତ୍ରଙ୍କନା,ଝୋଟି ପ୍ରତିଯୋଗିତା

IMG-20230828-WA0025
Share

ଗଞ୍ଜାମ ଏନଏସି ସ୍ୱାୟତ୍ତ ଶାସନ ପାଇଁ ବକୃତା, ଚିତ୍ରଙ୍କନା,ଝୋଟି ପ୍ରତିଯୋଗିତା

===================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନଏସିରେ ପରିସର ରେ ଖୁସିର ମହଲ l ମହା ଆଡମ୍ବରରେ ପାଳନ ହେବାକୁ ସ୍ୱାୟତ୍ତ ଶାସନ ଦିବସ l ଏହି ଉପଲକ୍ଷେ ଏନଏସି ପକ୍ଷରୁ ବିଭିନ୍ନ ୱାର୍ଡର ମହିଳା ସ୍ୱଚ୍ଛ ସାଥୀ ଓ ସ୍ୱଂୟ ସହାୟକ ମହିଳା ଗୋଷ୍ଠୀଙ୍କୁ ନେଇ ସୋମବାର ଝୁଟି ପ୍ରତିଯୋଗିତା, ସହ ଭାରତୀବିଦ୍ୟା ପୀଠ ଛତ୍ର, ଛାତ୍ରୀ କୁ ନେଇ ଏନ ଏ ସି ପାକ୍ଷରୁ ଚିତ୍ରଙ୍କନା, ଓ ବକୃତା ଅନୁଷ୍ଠିତ ହୋଇଥିଲା l ଏନଏସି ଇଓ ଅବିନାଶ ମିଶ୍ର ଏହି ଝୁଟି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ l ଏକାଉଣ୍ଟଣ୍ଟ ଦୀପ୍ତି ରଞ୍ଜନ ପୃଷ୍ଟି, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା,ଏନଏସି ଗୋଷ୍ଠୀ ସାଙ୍ଗଠିକା ସ୍ୱପ୍ନା ରାଣୀ ମହାପାତ୍ର, ସିଏମଏମ ଭାଗ୍ୟଶ୍ରୀ ନାୟକ, କମଳାକାନ୍ତ, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରିୟା ସାବତ, ସାନିଟେସନ ଏକ୍ସପଟ ସୁମିତ୍ ବେହେରା, ମୁକ୍ତା ଅଧିକାରୀ ଚିନ୍ମୟ ପୃଷ୍ଟି, ଅଜୟ ପଣ୍ଡା,ଟ୍ୱିଟୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ଅଗଷ୍ଟ 31 ସ୍ୱାୟତ୍ତ ଶାସନ ଦିବସ ଅବସରରେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଏନଏସି ପକ୍ଷରୁ କୁହାଯାଇଛି l ସେହିପରି ମଙ୍ଗଳବାର ବିଭିନ୍ନ ସ୍କୁଲ ବିଦ୍ୟାର୍ଥୀ ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଇଓ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l