April 29, 2026

ଅବସର ପରେ ସରକାରୀ ସହାୟତାରୁ ବଞ୍ଚିତ କାଶିନାଥ

IMG-20230828-WA0023
Share

ଅବସର ପରେ ସରକାରୀ ସହାୟତାରୁ ବଞ୍ଚିତ କାଶିନାଥ

ହାଟଡିହି,୨୮/୮: ଚାକିରିରୁ ଅବସର ପରେ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁଃଖକଷ୍ଟରେ କାଳ କାଟୁଛନ୍ତି ହାଟଡିହି ବ୍ଲକ୍ ଢେଙ୍କା ପଞ୍ଚାୟତ ତେନ୍ତୁଳିପଦି ଗ୍ରାମର କାଶିନାଥ ପୁହାଣ ସେ ୧୯୮୬ରେ ବଉଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସୋସୋରେ ପିଅନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରିଚାଳନା କମିଟି ପ୍ରଥମେ ତାଙ୍କୁ ୬ଶହ ଟଙ୍କା ପ୍ରାପ୍ୟ ଦେଉଥିଲେ। ଚାକିରି ସରିବା ବେଳକୁ ୩ ହଜାର ଟଙ୍କା ପାଉଥିଲେ କାଶିନାଥ। ୨୦୧୭ରେ ଅବସର ନେବା ପରେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଇଛନ୍ତି କାଶିନାଥ। ଏନେଇ ସେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ବିଭାଗ ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳ ତଥା ସୋସୋ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ପତ୍ର ସଂଖ୍ୟା ୧୧୭୫୨ ତା ୨୯/୦୯/୨୦୨୨ରେ ଶ୍ରୀ ପୁହାଣଙ୍କ ବ୍ଲକ୍‌ଗ୍ରାଣ୍ଟ ଓ ଜିଆଇଏ ମଗା ଯାଇଥିଲା। ମାତ୍ର ଏହା ପ୍ରଦାନ ନ କରିବାରୁ ଶେଷରେ ବାଧ୍ୟ କାଶିନାଥ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣାସ୍ଥଳକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଶିବଚରଣ ଖାମୁରାଇ ଆସିଥିଲେ । ଆବଶ୍ୟକ କାଗଜପତ୍ର ବିଭାଗକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ କାଶିନାଥ ଧାରଣାରୁ ଉଠିଥିଲେ। ଇତିମଧ୍ଯରେ ତିନିମାସ ବିତିବାକୁ ବସିଥିଲେ । କାଶିନାଥଙ୍କ କାଗଜପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି କାଶିନାଥ କହିଛନ୍ତି।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ

You may have missed