April 28, 2026

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

hand
Share

 

 

ବେଲଗୁଣ୍ଠା, ୧୦/୦୩,ଆଜି ପୁର୍ବାହ୍ନ ରେ ଭଞ୍ଜନଗର ବେଲଗୁଣ୍ଠା ରାସ୍ତା ନୁଆଗାଁ ରାସ୍ତା କଡ଼ରୁ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛନ୍ତି। ମୃତ ଶରୀର ପଚି ଯାଇଥିବାରୁ ତାଙ୍କୁ ଚିହ୍ନି ହେଉନାହିଁ। ସେହି ରାସ୍ତାରେ ଯାଉଥିବା କିଛି ଲୋକ ଶବକୁ ଦେଖି ବେଲଗୁଣ୍ଠା ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ କିଛି ଦୂରରେ ଦୁଇଟି ବ୍ୟାଗ୍ ଜବତ କରିଛନ୍ତି। ଉକ୍ତ ବ୍ୟାଗ୍ ରେ କିଛି ପୋଷକ, ପାଣି ବୋତଲ ସହ କିଛି ଆବଶ୍ଯକୀୟ ସାମଗ୍ରୀ ଥିବା ଜଣାପଡ଼ିଛି। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମଦ୍ୟପାନ ଜନିତ କି ଅଂଶୁଘାତ ସନ୍ଦେହ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲ ଏଫ ଏମ ଟି କୁ ପଠାଇ ୬/୨୬ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ