November 23, 2024

ନିଉଦାନୀ ଶିଶୁମନ୍ଦିର ପରିଚାଳନା କମିଟି ବୈଠକ

Share

ନିଉଦାନୀ ଶିଶୁମନ୍ଦିର ପରିଚାଳନା କମିଟି ବୈଠକ

ହାଟଡିହି,୨୮/୮: ହାଟଡିହି ବ୍ଲକ ନିଉଦାନୀସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିଚାଳନା କମିଟିର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଶିଶୁମନ୍ଦିର ପରିଚାଳନା ସମ୍ପର୍କିତ ଅନେକ ବିଷୟରେ ଆଲୋଚନା କରାଯାଇଥିଲା। ନୂତନ ଭାବେ ଏକ କମିଟି ଗଠନ କରାଯାଇ ସୁପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା। କମିଟିରେ ସଭାପତି ଭାବେ ଅଶୋକ କୁମାର ରାଉତ, ଉପସଭାପତି ଭାବେ ସୋମନାଥ ସ୍ବାଇଁ, ସମ୍ପାଦକ ଭାବେ ହରମୋହନ ପଣ୍ଡା, ସହସମ୍ପାଦକ ଭାବେ ମୋହନ କୁମାର ମହାନ୍ତି, କୋଷାଧ୍ୟକ୍ଷ ଭାବେ ଗୋପାଳକୃଷ୍ଣ ରାଉତ, ଶିକ୍ଷାବିତ ଭାବେ ନାରାୟଣ ଚନ୍ଦ୍ର ମହାରଣା, ଫକିର ଚନ୍ଦ୍ର ବେହେରା, ଚକ୍ରବର୍ତ୍ତୀ ପଣ୍ଡା, ପିତବାସ ପ୍ରଧାନ, ଚତୁର୍ଭୁଜ ରାଉତ, ବିଦ୍ୟାଧର ପୁହାଣ ଓ ଉପଦେଷ୍ଟା ଭାବେ ନିରଞ୍ଜନ ରାଉତ, ଅଲେଖ ରାଉତ, ଶରତ କୁମାର ରାଉତ, ସନ୍ତୋଷ କୁମାର ଜେନା, ଅଜିତ କୁମାର ରାଉତ, ଶ୍ରୀମତୀ ମାନାରାଣୀ ତ୍ରିପାଠୀ, ଅକ୍ଷୟ କୁମାର ବଳ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଶିଶୁ ମନ୍ଦିରଟି କିପରି ଭଲ ଭାବେ ଚାଲିପାରିବ ଓ ଛାତ୍ର ଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇଦେବ ସେନେଇ ସବିଶେଷ ଆଲୋଚନା କରାଯାଇଥିଲା
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ