April 28, 2026

ଗଞ୍ଜାମ ଏନ.ଏ.ସି ରେ ଦୋଳଯାତ୍ରା ପ୍ରସ୍ତୁତି ଶାନ୍ତି କମିଟି ବୈଠକ…

f nab
Share

 

ଗଞ୍ଜାମ ସହରରେ ଆସନ୍ତା ମାସ 21ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ପବିତ୍ର ଐତିହାସିକ ଦୋଳପୂର୍ଣ୍ଣମା ଯାତ୍ରା l ଏଥିପାଇଁ ଏକ ପାକ ପ୍ରସ୍ତୁତି ବୈଠକ ଗଞ୍ଜାମ ଏନଏସି କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଏନଏସି ଅଧକ୍ଷା ଶ୍ରୀମତୀ ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି,ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ବରାଳ, ବିଦ୍ୟୁତ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିଅର ସାଗର କୁମାର ପରିଡା, ଅବକାରୀ ବିଭାଗୀୟ ଅଧିକାରୀ ବୋପlକ ବିଶି, ଗଞ୍ଜାମ ଥାନା ଏସଆଇ କ୍ଷେତ୍ର ମୋହନ ସାହୁ, ଆୟୁଷ ଡାକ୍ତର ବନୋଜ କାନ୍ତ କର, ଏଏଫଓ ଶିଶିର କାନ୍ତ ସିଂ ପ୍ରମୁଖ ମଞ୍ଚାସିନ ଥିଲେ l ଏନଏସି ଇଓ ଅପାର୍ଣ୍ଣ ଡlଙ୍ଗୁଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏନଏସି କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ପୂର୍ବ ବର୍ଷ ଯାତ୍ରା ରିଜୁଲେସନର ବିବରଣୀ ପଠନ କରିଥିଲେ l ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ ହେବ ତାହା ବିସ୍ତୃତ ଆଲୋଚନା ହୋଇଥିଲା l ଯାତ୍ରା ସମୟ ରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମତାମତ ନିଆଯାଇଥିଲା l ପାନୀୟ ଜଳ, ବିଦ୍ୟୁତ ସରବରହ, ରାସ୍ତା ଘାଟ ସଫେଇ, ସାହି ଗୁଡିକରେ ଓହଳି ଥିବା ବିଦ୍ୟୁତ ତାର ଓ ଷ୍ଟାର ୱାଇର କୁ ଯୁଦ୍ଧ କାଳୀନ ଭିତ୍ତିରେ ସଜାଡ଼ିବା ଆଦି ଉପରେ ଆଲୋଚନା କରାଯାଇଛି l ବିଶେଷ କରି ଯାତ୍ରା ସମୟରେ ବିଦ୍ୟୁତ ବିଭ୍ରାଟ ଓ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l ଯାତ୍ରା ତିନି ଦିନ ସହରରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ରହିବ ଯଦି କେହି ବେଆଇନ ଭାବେ ମଦ ବିକ୍ରି କରେ ତାହେଲେ ତାଙ୍କପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିସ୍ଵତି ନିଆଯାଇଛି l ଯାତ୍ରା ଦିନ ଯେଉଁ ବ୍ୟକ୍ତି ଆକ୍ରୋଶ ମୂଳକ ଭାବେ ପେଁ କାଳୀ ବଜାଇ ବିଶୃଙ୍ଖଳା କରେ ଉକ୍ତ ବ୍ୟକ୍ତି ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି l ଏଥିସହ ଯାତ୍ରାରେ ଶବ୍ଦ ପଦୂଷଣ ଉପରେ ରୋକ ଲଗାଇଛି ପ୍ରଶାସନ l ଡିଜେ ସାଉଣ୍ଡ ଉପରେ ମଧ୍ୟ କଟକଣା ଜାରି କରାଯାଇଛି l କମ ସାଉଣ୍ଡ ରେ ଡିଜେ ବ୍ୟବହାର କରିବାକୁ ସମସ୍ତ ସାହି ଯାତ୍ରା ପରିଚାଳନା କମିଟିକୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି l ଏହି ଶାନ୍ତି କମିଟି ବୈଠକକୁ କମଳକାନ୍ତ ଦାସ ସହ ସମସ୍ତ ଏନ ଏ ସି କର୍ମଚାରୀ ମାନେ ରହି ପରିଚାଳନା କରିଥିଲେ l(ପ୍ରଦୀପ କୁମାର ପଣ୍ଡା)