October 28, 2026

ମିଶନ ଶକ୍ତି ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ,1665 ସ୍ୱୟଂ ସହାୟକ ଗୋଷ୍ଠୀ ହେବେ ଉପକୃତ…

ful
Share

 

ଗଞ୍ଜାମ ବ୍ଲକ କାର୍ଯାଳୟ ପରିସର ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ ଭରଚୁଆଲ ମାଧ୍ୟମରେ ଋଣ ଛାଡ଼ ଓ ଋଣ ବୃଦ୍ଧିର ଶୁଭାରମ୍ଭ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୱାସତ କୁମାର ସାହୁ, ସିଡିପିଓ ସଲୀଳା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ମିଶନ ଶକ୍ତି ବିଭାଗର ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ଏହି ବ୍ଲକର 1665 ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଥିବା ବେଳେ 17ହଜାର 421 ମହିଳା ହେବେ ଉପକୃତ ହୋଇ ପାରିବେ l ଏଥିସହ 879 ଗ୍ରୁପ 53 ଲକ୍ଷ 7 ହଜାର ଋଣ ସୁଧ ଛାଡ଼ ପାଇବେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି l ଏହା ଏକ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ବୋଲି ବିଧାୟକ ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ l ଏଥିସହ ସମସ୍ତ ସ୍ୱୟଂ ସହାୟକ ମହିଳା ମନେ ନିଜ ୟୁନିଫର୍ମ ପାଇଁ ଏକ ହଜାର ଓ ବ୍ଲେଜର ପାଇଁ ଦୁଇ ହଜାର ଟଙ୍କା ପାଇବେ ଯାହା ଦ୍ୱାରା ମିଶନ ଶକ୍ତି ମହିଳା ମା ମlନେ ନିଜର ପରିଚୟ ପାଇବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ l ଆର୍କିଟ ଫୁଲ ଚାଷ ନିମନ୍ତେ ଗଞ୍ଜାମ ବ୍ଲକ ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିବା ବିଧାୟକ ସୂଚନା ଦେଇଥିଲେ l ଶିକ୍ଷକ ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ବିପିଏମ ଜଳନ୍ଧର ମହାରଣା, ବ୍ଲକ ମିଶନ ଶକ୍ତି କୋଡ଼ିନଟର ଚନ୍ଦନ ପାଢ଼ୀ ଓ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

( ପ୍ରଦୀପ କୁମାର ପଣ୍ଡା)

 

You may have missed