June 17, 2024

ଦିଲ୍ଲୀ ର ଅମୃତବାଟୀକା ପାଇଁ ମାଟି ସଂଗ୍ରହ।

Share

ଦିଲ୍ଲୀ ର ଅମୃତବାଟୀକା ପାଇଁ ମାଟି ସଂଗ୍ରହ।

ହାଟଡିହି:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଵଂଚୋ ମଣ୍ଡଳ ଅନ୍ତର୍ଗତ ଇଂଚୋଳ ଶକ୍ତିକେନ୍ଦ୍ର ର ପ୍ରମୁଖ ହରେକୃଷ୍ଣ ସ୍ୱାଇଁ ଓ ଧନେଶ୍ୱର ରାଉତ ଙ୍କ ମିଳିତ ସଂଯୋଜନାରେ ଇଂଚୋଳ ଗ୍ରାମର ବିଭିନ୍ନ ସାହିରେ ଦିଲ୍ଲୀ ର ଅମୃତବାଟୀକା ପାଇଁ ସମସ୍ତ ଘର ଓ ମନ୍ଦିର ରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି। ଏ ଅବସରରେ ଗାଁ ର ଲୋକ ମାନେ ଶ୍ରଦ୍ଧା ଓ ଆଗ୍ରହ ର ସହ ଶଙ୍ଖ,ହୁଳହୁଳି ଓ ପୁଷ୍ପ ବୃଷ୍ଟି କରି ମାଟି ପ୍ରଦାନ କରିଥିଲେ। ଏହି ଅଵସର ରେ ଗ୍ରାମବାସୀ ଙ୍କ ସହ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି, ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ଶଶିକାନ୍ତ ରାଉତ,ସାଧାରଣ ସମ୍ପାଦକ ସୁଭାଦ୍ରୀ ବଳିୟାର ସିଂ, ବେଣୁଧର ଜେନା, ବରିଷ୍ଠ ନେତା ସୁଶାନ୍ତ ଜେନା ,ଅଭିନ୍ନ ରାଉଳ,ନିରୂପମା ଓଝା, ଉମାକାନ୍ତ ରାଉତ, ସଚ୍ଚିକାନ୍ତ ନାୟକ, ଦେବେନ୍ଦ୍ର ଜେନା, କବିତା ଦାସ, ଶିବ ବିଶ୍ୱାଳ, ରାଜେନ୍ଦ୍ର ରାଉତ, ବାସୁଦେବ ସ୍ବାଇଁ, ରାଜେନ୍ଦ୍ର ସା, ମକରଧ୍ଵଜ ଜେନା, ଗୋଲକ ପୁହାଣ, ଅଭିମନ୍ୟୁ ପରିଡା, ସୁରେନ୍ଦ୍ର ଦାସ, ଦେବାଶିଷ ସେନାପତି, ସୁରେନ୍ଦ୍ର ସାହୁ, ଗୌରାଙ୍ଗ ଖଟୁଆ, ଶରତ ବେହେରା ,ଲଷ୍ମୀଧର ବେହେରା, ଗୋପବନ୍ଧୁ ପଣ୍ଡା, ନାରାୟଣ ଓଝା,ରବୀନ୍ଦ୍ର ସେଠି, ଗୋପାଳକୃଷ୍ଣ ସେନାପତି ପ୍ରମୁଖ ଭଜନ କୀର୍ତ୍ତନ ସହ ଶୋଭାଯାତ୍ରାରେ ଯାଇ ଘରୁ ଘରୁ ପବିତ୍ର ମାଟି ସଂଗ୍ରହ କରିଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ

You may have missed