June 17, 2024

କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ଶିଶୁ ଅନ୍ତର୍ନିହିତ ଗୁଣ ପରିପ୍ରକାଶ ଏକ ମାଧ୍ୟମ ସୁରଭି

Share

କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଶୁ ଅନ୍ତର୍ନିହିତ ଗୁଣ ପରିପ୍ରକାଶ ଏକ ମାଧ୍ୟମ ସୁରଭି

 

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ଭାମିନି ପଞ୍ଚାୟତର ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ “ସୁରଭି ୨୦୨୩ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ମୂଖ୍ୟଅତିଥି ଭାବରେ ଲିମାପଦର ପ୍ରଧାନ ଶିକ୍ଷକ ପ୍ରପନ୍ନ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଭୈରବ ପ୍ରସାଦ ରଥ ସଭାପତି ଭାବେ ଓ କଳାକାର ସଙ୍ଗୀତଜ୍ଞ ଶ୍ରୀ ମନୋଜ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମାଗତା ଶବର ୱଡ୍‌ମେମ୍ବର ଶ୍ରୀ ଶ୍ୟାମସୁନ୍ଦର ଶବର ,ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ଶ୍ରୀ ଚକାମନ ଶବର ସମ୍ମାନୀତ ଅତିଥି ଭାବେ ଯୋଗଦାନ ଦେଇଥିଲେ। ତେବେ ଅତିଥି ମାନେ ନିଜ ବକ୍ତବ୍ୟରେ ଶିଶୁ ଅନ୍ତର୍ନିହିତ ଗୁଣ ପରିପ୍ରକାଶ ଏକ ମାଧ୍ୟମ ସୁରଭି ବୋଲି କହିଥିଲେ।
ଭାମିନୀ କ୍ଲଷ୍ଟରର ୧୪ଟିି ବିଦ୍ୟାଳୟରୁ ପ୍ରାୟ ୭୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ।ଦିନ ତମାମ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ର, ବକୃତା,ଭାଷଣ, ସଂଗୀତ, ସୃଜନଶୀଳ ଲିଖନ, ଚିତ୍ରକଳା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଅପରାହ୍ମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଜେତା ପ୍ରତିଯୋଗୀ ମାନଙ୍କୁ ମଞ୍ଜାସୀନ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀ ତପନ କୁମାର ସୁନାମୁଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶ୍ରୀ ଅରବିନ୍ଦ ତ୍ରିପାଠୀ, ଶ୍ରୀ ତାରାକାଶ୍ଵର ରାଓ, ଶିକ୍ଷୟତୀ ପ୍ରଜ୍ଞା ପରିମିତା ଦେବୀ , ସନ୍ତୋଷୀ ସାହୁ,ଦିପ୍ତି ରାଣୀ ପଣ୍ଡା, ପୁଷ୍ପାଞ୍ଜଳୀ ପରିଡା,ମିତାଲୀ ସାହୁ,ଗୀତା ଶବର, ସୌଦାମିନି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ଗଣେଶ ଶବର, ଶ୍ରୀ ରାଜେନ୍ଦ୍ର ବେହେରା ଓ ଶିକ୍ଷୟିତ୍ରୀ ଶ୍ରୀମତି କୁନି ଦାସ, ଶ୍ରୀମତି ମଧୁମିତା ଗମାଙ୍ଗ ଶ୍ରୀମତି ସସ୍ମିତା ଶବର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବାରୁ ପ୍ରଧାନଶିକ୍ଷକ ଙ୍କୁ ମଞ୍ଚାସୀନ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । I

ରିପୋର୍ଟ ରାକେଶ କୁମାର ବେହେରା