June 17, 2024

ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଠାରେ ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ ପାଳିତ

Share

ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଠାରେ ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ ପାଳିତ


କୋରାପୁଟ ଜ଼ିଲ୍ଲା ସଦର ମହକୁମା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ଆଜି ତା 27.09.23 ରିଖ ରେ ସମାଜ ମଙ୍ଗଳ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳନ କରାଯାଇଛି | ସର୍ବେ ପ୍ରଥମେ ସ୍ଥାନୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମୀ ବିଭିନ୍ନ ବାର୍ତା ସ୍ଲୋଗାନ ଦେଇ ଏକ ରେଲି କରିଥିଲେ | ଅତିରିକ୍ତ ଜିଲ୍ଲାପାଳ ଏହି ରେଲି କୁ ଉଦଘାଟନ କରିଥିଲେ | ଏହାପରେ Skill Development Training Center ଠାରେ ଜିଲ୍ଲା ସ୍ତରୀୟ ବୈଠକ Chief Development Officer cum Executive Officer, Zilla Parishad, Koraput Sri Gaurav Shivaji Isalwar, IAS ଙ୍କ ଅଧ୍ୟକ୍ଷ ତାରେ ଆୟୋଜନ କରାଯାଇଥିଲା | କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ କଲ୍ୟାଣ ଅଧିକାରୀ ଶ୍ରୀମତୀ Annapurna Kundu ଆଜିର ବୈଠକ ର ଲକ୍ଷ ଉଧେଶ୍ୟ ଉପରେ ସର୍ବେ ପ୍ରଥମେ ମତ ଉପସ୍ଥାପନା କରିଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ Sri Sri Rajendra Majhi, Dr. Sandeep Choudhury, NRC Rajasri Pattnaik, Sudip Pal Coordinator RISE, ନିଜନିଜ ମତାମତ ପରିବେଷଣ କରିଥିଲେ | କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ମାନେ ବିଭିନ୍ନ ପୋଷଣ ଯୁକ୍ତ କାର୍ଯ୍ୟକ୍ରମ ପଦର୍ଶନ କରିଥିଲେ | ସ୍ଥାନୀୟ ନାଟ୍ୟ କଳାକାର ମାନଙ୍କ ଦ୍ୱାରା ପୋଷଣ, ମମତା ଯୋଜନା, ବାଲ୍ୟବିବାହ ଉପରେ ନାଟକ ମାଧମରେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ | ସ୍ଥାନୀୟ କିଶୋରି ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନୀୟ ନାଚ ପରିବେଷଣ କରିଥିଲେ | ଏହାପରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିଶୁ ବିକାଶ ଅଧିକାରୀ, ଜିଲ୍ଲା ସଂଯୋଜକ-ପୋଷଣ କାଯୋଲ ନାୟକ, ମମତା ଜିଲ୍ଲା ସଂଯୋଜକ ସୀମା ବେହେରା, ଜିଲ୍ଲା ସଂଯୋଜକ-ବାଲ୍ୟ ବିବାହ ପ୍ରସନ୍ନ ମିଶ୍ର, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟତା ଦଳ କର୍ମୀ, Piramal Foundation କର୍ମକର୍ତା, RISE ଅନୁଷ୍ଠାନ ର କର୍ମକର୍ତା ଉପସ୍ଥିତ ରହିଥିଲେ | ପରିଶେଷରେ Protection Officer Dipti Marget Kondopan ନିଜର ବକୃତା ରଖିବା ସହିତ ଧନ୍ୟବାଦ ଅର୍ପଣ ଦେଇଥିଲେ | କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା

You may have missed