June 27, 2026

ଗଜପତି:- ୫ ଦିନିଆ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା – ଏମ ଏସ ଏମ ଇ କାର୍ଯ୍ୟକ୍ରମ ଉଦଘାଟିତ ..

IMG-20260627-WA0062
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ୫ ଦିନିଆ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମଏସଏମଇ: କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ଏହି ଅବସରରେ ଅନୁଷ୍ଠିତ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ର’ର ଜେନେରାଲ ମ୍ୟାନେଜର ଶ୍ରୀ ବିଭୁ ରଞ୍ଜନ ସ୍ୱାଇଁ ଅଧ୍ୟକ୍ଷତା କରି ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭’କୁ ଲକ୍ଷ ରଖି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଚାଲିଛି । ଅନ୍ୟପକ୍ଷରେ ଜିଲ୍ଲାରେ ଉଦ୍ୟୋଗୀଙ୍କ ବିକାଶ ଦିଗରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ଭୂମିକା ଏବଂ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ଦୁଷ୍ମନ୍ତ କୁମାର ବେହେରା , ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ଆଧେକ୍ , ଆଇ:ଡି:ବି:ଆଇ: ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ଅଜିତ କୁମାର ଜେନା , ଓଏଲ୍ଏମ” ର ଡିପିଏମ ଶ୍ରୀ ଟିମନ୍ ବାରା ଏବଂ ସି ସି ଡି ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ କାର୍ଯ୍ୟକ୍ରମ ଏବଂ ଉଦ୍ୟୋଗ ହେବାର ସୁଯୋଗ ସୃଷ୍ଟି ଉପରେ କହିବା ସହ ଜଣେ ସଫଳ ଉଦ୍ୟୋଗୀ ହୋଇ ଅନ୍ୟ ପାଇଁ ସେଥିରେ ନିଯୁକ୍ତି ସୁଯୋଗର ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇ ଉପସ୍ଥିତ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କୁ ସଚେତନ କରାଇଥିଲେ ।

କାର୍ଯ୍ୟକ୍ରମ ଅବସରରେ ସଭା କାର୍ଯ୍ୟକ୍ରମ ସ୍ଥଳ ପରିସରରେ ସଫଳ କ୍ଷୁଦ୍ର ଉଦଯୋଗୀ ମାନଙ୍କ ଦ୍ଵାରା ସେମାନଙ୍କ ଉତ୍ପାଦ ଜିନିଷ ଉପରେ ପ୍ରଦର୍ଶନ କରାଇ ସେ ସବୁକୁ ବିକ୍ରିବଟା ବ୍ୟବସ୍ଥା କରିଥିଲେ ।

ସଚେତନତା କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଏ:ଆଇ:ଓ: ଶ୍ରୀ ଆନନ୍ଦ କୁମାର ନେପାକ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଏ:ଆଇ:ଓ:- ଐଶ୍ଚର୍ଯ୍ୟl ଅଭିଲିପ୍ସା ଜେନା , ରମେଶ ପାଢ଼ୀ ଏବଂ ଦେବାଶିଷ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜିଲ୍ଲା ବିଭିନ୍ନ କୋଣରୁ ବିଭିନ୍ନ ସ୍ତରର ସଫଳ ଉଦ୍ୟୋଗୀ ମାନେ ଆସି ଯୋଗ ଦେଇଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

—————————————–

You may have missed