October 26, 2026

ଆମ୍ବ କାଠ ବୋଝେଇ ୪୦୭ ଗାଡି ଜବଦ, ଜଣେ ଗିରଫ

IMG-20261025-WA0101
Share

 

 

ହାଟଡିହି ତା ୨୫/୧୦(ମନମୋହନ ନାୟକ) : ସୋସୋ ଥାନା କାନପୁର ଗ୍ରାମରୁ ହଦଗଡ଼ ବନ ବିଭାଗ ଏକ ଆମ୍ବ କାଠ ବୋଝେଇ ୪୦୭ ଗାଡି ଜବଦ କରିବା ସହ ଗାଡି ଚାଳକକୁ ଗିରଫ କରିଛି। ସୂଚନା ଅନୁଯାଇ କାନପୁର ଗ୍ରାମରୁ ୪୦୭ ଗାଡିରେ କାଠ ବୋଝେଇ ହୋଇ ଭଦ୍ରକ ଜିଲା ବନ୍ତ ଥାନା ଚଣ୍ଡୀପୁର ଅଞ୍ଚଳକୁ ଯାଉଥିବା ସୂଚନା ପାଇ ଡ଼ିଏଫଓ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନିର୍ଦେଶରେ ହଦଗଡ଼ ଫରେଷ୍ଟର ମଳୟ କୁମାର ସାହୁଙ୍କ ନେତୃତ୍ୱରେ ଫରେଷ୍ଟର ସତ୍ୟବ୍ରତ ମହାନ୍ତ, ଫରେଷ୍ଟଗାର୍ଡ ଜ୍ୟୋତି ରଂଜନ ମାଝୀ, ଓ ଫରେଷ୍ଟ ସ୍କ୍ବାର୍ଡର ସଦସ୍ୟ ମାନେ ଆଜି ଦିନ ୧୦ଟା ସମୟରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଓଆର ୨୨- ୧୭୭୪ ନମ୍ବର ବିଶିଷ୍ଟ ୪୦୭ ଗାତିକୁ ଜବଦ କରିବା ସହିତ ଗାଡି ଚାଳକ ସୟଦ ସମସାଦକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗାଡି ଭିତରୁ ୫୪ ସିଫ୍ଟ କାଠ ଜବଦ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮୧ ହଜାର ଟଙ୍କା ହେବ ବୋଲି ଫରେଷ୍ଟର ମଳୟ କୁମାର ସାହୁ ସୂଚନା ଦେଇଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଓଆର କେସନ ୪୦ ଏଚ଼ /୨୦୨୬/୨୭ ରେ ଏକ ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି।

You may have missed