October 26, 2026

ନନ୍ଦପୁରରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି* ୬୩ଟି ଅଭିଯୋଗ ଗ୍ରହଣ, ୬ଟିର ତତ୍କାଳ ସମାଧାନ

IMG-20261026-WA0058
Share

ନନ୍ଦପୁର, ୨୬.୧୦.୨୦୨୬: କୋରାପୁଟ ଜିଲ୍ଲାର ନନ୍ଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।

ଏହି ଶୁଣାଣିରେ ଜନସାଧାରଣଙ୍କଠାରୁ ମୋଟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୫୦ଟି ଗୋଷ୍ଠୀଗତ ଏବଂ ୧୩ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।

ଆର୍ଥିକ ସହାୟତା, ଘର ପଟ୍ଟା, ଜମିଜମା ବିବାଦ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ରାସ୍ତା ଓ ଯାତାୟାତ, ବିଦ୍ୟୁତ୍‌ ସରବରାହ ଆଦି ବିଭିନ୍ନ ସମସ୍ୟା ନେଇ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ମହାଜନ ଅଭିଯୋଗକାରୀମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଉପଜିଲ୍ଲାପାଳ ସୁଶ୍ରୀ ଫାବି ରଶିଦ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, କୋରାପୁଟ ଏବଂ ପିଏଆଇଟିଡିଏ (PAITDA), କୋରାପୁଟ ଶ୍ରୀମତୀ ସ୍ନେହପ୍ରଭା ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l

You may have missed