October 26, 2026

ପାଞ୍ଚଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଏଓବିଇଓ-ଜେସିସିର ସ୍ମାରକପତ୍ର, ଚାରି କ୍ୟାଡରର ଏକତାବଦ୍ଧ ସ୍ୱର, ହକ୍ ଓ ସମ୍ମାନ ପାଇଁ ମିଳିତ ସଂକଳ୍ପ ।

IMG-20261026-WA0053
Share

 

 

ଖୋର୍ଦ୍ଧା : ( ପ୍ରିୟଙ୍କା ମହାପାତ୍ର) ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ୱୟ ପରିଷଦ (AOBEO-JCC)ର ଆହ୍ୱାନକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ମିଳିତ ସମନ୍ୱୟ ପରିଷଦ (DJCC) ପକ୍ଷରୁ ଜିଲ୍ଲାପାଳଙ୍କୁ ପାଞ୍ଚଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ଦିନ ଧରି ଦରମା ବିସଙ୍ଗତି, ପଦୋନ୍ନତି ସୁଯୋଗର ଅଭାବ, ଅତ୍ୟଧିକ କାର୍ଯ୍ୟଭାର, କ୍ଷେତ୍ର ପରିଦର୍ଶନଜନିତ ସମସ୍ୟା ଓ କର୍ମକ୍ଷେତ୍ରରେ ସୁରକ୍ଷାହୀନତା ଯୋଗୁଁ ଚାରି କ୍ୟାଡରର ଅଧିକାରୀମାନେ ଅସନ୍ତୋଷ ଓ ମାନସିକ ଚାପରେ ରହିଛନ୍ତି। ଏନେଇ ପରିଷଦ ପକ୍ଷରୁ ପ୍ରମୁଖ ପାଞ୍ଚଦଫା ଦାବି ଜିଲ୍ଲାପାଳଙ୍କୁ ଦିଆଯାଇଛି, ଯଥା— ପ୍ରାରମ୍ଭିକ ବେତନ ସ୍ତର Pay Level-10 (ଗ୍ରେଡ୍ ପେ ₹୪,୬୦୦)କୁ ବୃଦ୍ଧି। ସରକାରୀ କ୍ଷେତ୍ର ପରିଦର୍ଶନ ପାଇଁ ପର୍ଯ୍ୟାପ୍ତ ଯାତାୟାତ ଖର୍ଚ ବା ଇନ୍ଧନ ସୁବିଧା। ଅଭିଜ୍ଞ ସମ୍ପ୍ରସାରଣ ଅଧିକାରୀଙ୍କ ପାଇଁ ବିଡିଓ ପଦବୀକୁ ପଦୋନ୍ନତିର ସୁଯୋଗ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍ମକ୍ଷେତ୍ରରେ ଆଇନଗତ ସୁରକ୍ଷା ଏବଂ ଅତିରିକ୍ତ କିରାଣି କାର୍ଯ୍ୟଭାର ହ୍ରାସ ପାଇଁ ଉତ୍ସର୍ଗୀକୃତ ସହାୟକ କର୍ମଚାରୀ ନିଯୁକ୍ତି।ଏହି ଅବସରରେ ଜିଲ୍ଲା ମୁଖ୍ୟ ସମନ୍ୱୟକ ତଥା ସହ-ଆବାହକ WEO ରଶ୍ମିରେଖା ଦାଶ, BSSO ସନ୍ଦୀପ କୁ ପାଣିଗ୍ରାହୀ, GPDO ଲାଲବାହାଦୁର ରଞ୍ଜିତ ଓ MI ହିରଣ୍ୟ କୁ ଦାସଙ୍କ ସମେତ DJCC ସଦସ୍ୟମାନେ ଉପସ୍ଥିତ ଥିଲେ। ଜନସେବାରେ ନିୟୋଜିତ ଚାରି କ୍ୟାଡରର ନ୍ୟାଯ୍ୟ ଦାବିଗୁଡ଼ିକୁ ସରକାରଙ୍କ ନିକଟକୁ ପଠାଇ ଶୀଘ୍ର ସମାଧାନ ପାଇଁ ପରିଷଦ ଅନୁରୋଧ କରିଛି। ‘ଚାରିକ୍ୟାଡର, ଏକ ସ୍ୱର, ଏକ ସଂକଳ୍ପ’—ଏହି ଆହ୍ୱାନ ସହ ଆଗାମୀ ଦିନରେ ଅଧିକ ସୁଦୃଢ଼ ଏକତା, ସମନ୍ୱୟ ଓ ମିଳିତ ପ୍ରୟାସ ଜାରି ରଖିବାକୁ ପରିଷଦ ସଂକଳ୍ପ ବଦ୍ଧ ବୋଲି ଚାରି ସହ-ଆବାହକ ସୂଚନା ଦେଇଛନ୍ତି।

You may have missed