October 26, 2026

ରାଧାକୃଷ୍ଣ ପୂଜା ପାଇଁ ମାଟି ଅନୁକୂଳ..

IMG-20261025-WA0102
Share

 

 

ହାଟଡିହି ତା ୨୫/୧୦(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତର୍ଗତ ବଡ଼ରମ୍ପାସ ଗ୍ରାମର ଦକ୍ଷିଣସାହିସ୍ଥିତ ମହାବୀର ଯୁବକ ସଂଘ ପକ୍ଷରୁ ଆଗାମୀ ରାଧାକୃଷ୍ଣ ପୂଜା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବସରରେ ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ରାଧାକୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଥିଲା। ଏଥିରେ ଗ୍ରାମର ଶ୍ରୀଧର ସାହୁ ସଂକଳ୍ପରେ ବସିଥିଲେ। କାର୍ଯ୍ୟକ୍ରମରେ ମହାବୀର ଯୁବକ ସଂଘର ସଦସ୍ୟ ଜନ୍ମେଜୟ ବେହେରା, ପାର୍ଥସୌରଭ ସା, ରଙ୍ଗାଧର ଦାସ, ସୌମ୍ୟରଞ୍ଜନ ସାହୁ, ଆଲୋକ ମଣ୍ଡଳ, ଚୈତନ୍ୟ ଜେନା, ସତ୍ୟଜିତ ବେହେରା, ବିଚିତ୍ର ସାହୁ, ଶ୍ରୀକାନ୍ତ ସାହୁ, ନଗେନ୍ଦ୍ର ପାତ୍ର, ରାଜୀବ ଲୋଚନ ସାହୁ, ଅନିଲ ସା, ମନୋରଞ୍ଜନ ଓଝା, ନିରଞ୍ଜନ ସାହୁ, ସୁବାସ ସାହୁ, ଅନ୍ତର୍ଯ୍ୟାମୀ ପାତ୍ର, ଚନ୍ଦନ ସା, ଜୀବନ ଜ୍ୟୋତି ରାଉତ, ଗଜେନ୍ଦ୍ର ଜେନା, ପ୍ରସନ୍ନଜିତ୍ ସାହୁ, ଚକରା ବଳ ଓ ବାପୁନ ବେହେରାଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

You may have missed