ଗଜପତି:- ପ୍ରଗତି ମହା ସଂଗଠନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ମିଲିତରେ କୁମାରୋତ୍ସବ
ତ୍ପ୍ରଗତି ମହିଳା ସଙ୍ଗଠନ ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ପରିଷଦ ଭୁବନେଶ୍ୱର ଙ୍କ ମିଳିତ ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପୁଟର ଶିକ୍ଷା କେନ୍ଦ୍ର ପରିସରରେ କୁମାରୋତ୍ସବ -୨୦୨୬ ଯଥା ରୀତିରେ ପାଳିତ ହୋଇଯାଇଛି ।
ଏଥିରେ ବିଭିନ୍ନ ଅନୁଷ୍ଠାର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଅନେକ ଅଭିଭାବକ, ଗୃହିଣୀ ଯୋଗ ଦାନ କରି ଥିଲେ । ସଭ୍ୟତା ଯେତେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ଅତୀବ ଜରୁରୀ ଏବଂ ଆଜି ମଧ୍ୟ ଗ୍ରହଣୀୟ ଓ ବରଣୀୟ ବୋଲି ଉପସ୍ଥିତି ଅତିଥିଗଣ କହିଥିଲେ ।ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା’ଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପ କାରାଗାର ଅଧିକ୍ଷକ କାମାକ୍ଷୀ ପ୍ରସାଦ ପତି, ମୁଖ୍ୟବକ୍ତା ଭାବେ ବିନୋଦିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅଧାପକ ଆର୍ତ୍ତତ୍ରାଣ ଚଇନି ଓଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ହରିମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ଲୋକନାଥ ମିଶ୍ର କାର୍ଯ୍ୟକ୍ରମକୁ ଅଧ୍ଯକ୍ଷତା କରିଥିବା ବେଳେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ । ସେହିଭଳି କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ସୁଶ୍ରୀ ଶୁଭଶ୍ରୀ ଭୁକ୍ତା ଦେଇଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ପାୟଲ ପାତ୍ର, ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟନୀ ମାନ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜସ୍ମିନ୍ ଶେଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
—————————————–
