ପାରଳାଖେମୁଣ୍ଡିରେ କୁମାରୋତ୍ସବ

ତ୍ପ୍ରଗତି ମହିଳା ସଙ୍ଗଠନ ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ପରିଷଦ ଭୁବନେଶ୍ୱର ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ୟୁଟେକ୍ କମ୍ପୁଟର ପରିସରରେ କୁମାରୋତ୍ସବ -୨୬ ଯଥା ରୀତିରେ ପାଳନ ହୋଇ ସାରିଛି । ଏଥିରେ ବିଭିନ୍ନ ଅନୁଷ୍ଠାର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଅନେକ ଅଭିଭାବକ, ଗୃହିଣୀ ଯୋଗ ଦାନ କରି ଥିଲେ । ସଭ୍ୟତା ଯେତେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରା ଅତୀବ ଜରୁରୀ ଏବଂ ଆଜି ମଧ୍ୟ ଗ୍ରହଣୀୟ , ବରଣୀୟ ବୋଲି ଉପସ୍ଥିତି ଅତିଥିଗଣ କହିଥିଲେ । ଅନୁଷ୍ଠକର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ତିଥି ଭାବେ ଉପ କାରାଗାର ଅଧିକ୍ଷକ କାମାକ୍ଷୀ ପ୍ରସାଦ ପତି, ମୁଖ୍ୟବକ୍ତା ଭାବେ ବିନୋଦିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧୀକ୍ଷ ମନୋଜକୁମାର ପଟ୍ଟନାୟକ,ସମ୍ମାନିତ ଅତି ଅଭାବେ ଅଧାପକ ଆଭିତ୍ରାଣ ଚଇନି ଓ ହରିମୋହନ ପଟ୍ଟନାୟକ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ର କାର୍ଯ୍ୟକ୍ରମକୁ ଅଧ୍ଯକ୍ଷତା କରିଥିଲେ ଏବଂ ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ । ସ୍ୱାଗତ ସମ୍ଭାଷଣ ଶୁଭଶ୍ରୀଭୁକ୍ତା, ପରିଚୟ ପ୍ରଦାନ ପାୟଲ ପାତ୍ର, ଏବଂ ଧନ୍ୟବାଦ ଅର୍ପଣ ତ୍ରିପତି ପ୍ରାନ ପଣ୍ଡା ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟନୀଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ସମାଜରେ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜସ୍ମିନ୍ ଶେଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଉଥିଲା ।
