ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ସମ୍ପନ୍ନ

Share

ବୁଗୁଡା : ତା ୨୫/୦୪/୨୪ : ବୁଗୁଡା ବ୍ଲକର କଦମ୍ବ ମଠଠାରେ ୩୮ତମ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ଯକ୍ରମ ସମ୍ପନ୍ନ ହୋଇଯାଇଛି । ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଅବସରରେ ବ୍ଯାସ ମହନ୍ତ ଶ୍ରୀ ରାଘବାନନ୍ଦ ଦାସଜୀ ମହାରାଜ ଏବଂ ଅନ୍ୟ ସାଧୁ-ସନ୍ଥମାନଙ୍କ ଦ୍ବାରା ଶ୍ରୀରାମ ଚରିତ ମାନସ ପାରାୟଣ ଓ ଘୃତଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥି ସହ ପ୍ରବଚନ କାର୍ଯ୍ଯକ୍ରମରେ ଶ୍ରୀ ମୃତ୍ୟୁଞ୍ଜୟ ଚୋଧୁରୀ , ଶ୍ରୀ ସତ୍ଯ ରଞ୍ଜନ ରଥ ଓ ଶ୍ରୀ ଉମାକାନ୍ତ ମହାପାତ୍ର ପ୍ରମୁଖ ପଣ୍ଡିତଗଣ ପ୍ରବଚକ ଭାବେ ଯୋଗଦାନ କରିଥିଲେ । ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ଏବଂ ବି.ବ୍ରହ୍ମପୁର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଉକ୍ତ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ଯକ୍ରମରେ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ।