ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ୨୦୨୪ ପାଇଁ କର୍ତ୍ତା ଚୟନ ଓ ପ୍ରସ୍ତୁତି ବୈଠକ

Share


ସମ୍ବଲପୁର(ଜମନକିରା): ଗୁରୁବାର ଦିନ ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତତ କାଳୀନ ବାମଣ୍ଡା ରାଜ୍ୟ ର ସର୍ବ ପୁରାତନ ଶୈବ ପୀଠ ଶଗଡେଶ୍ୱର ବାବା ଙ୍କ ଦଶମ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ପାଇଁ ଶ୍ରୀ ଯୁକ୍ତ ନୃପଲାଲ ପଲେଇ ଙ୍କ ସଭାପତିତ୍ୱ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ବହୁ ସଂଖ୍ୟକ ସ୍ଥାନୀୟ ଭକ୍ତ ବୃନ୍ଦ ତଥା ଯାତ୍ରା କମିଟି ର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ବୈଠକ ରେ ସର୍ବ ସହମତି କ୍ରମେ ମାତା ପାର୍ବତୀ ଙ୍କ ପିତା ମାତା ଭାବରେ ଶ୍ରୀଯୁକ୍ତ ରଞ୍ଜିତ ପଟେଲ ଓ ତାଙ୍କ ଧର୍ମ ପତ୍ନୀ ସବିତା ପଟେଲ , କୁଚିଣ୍ଡା ( ମୂଳ ନିବାସୀ ରେଙ୍ଗଲୋଇ) ଏବଂ ବାବା ଭୋଲେନାଥ ଙ୍କ ପିତା ମାତା ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଧୁରୁଆ ଓ ତାଙ୍କ ଧର୍ମ ପତ୍ନୀ ଜ୍ୟୋତି ମଞ୍ଜରୀ ଧୂରୁଆ , ଡିମିରୀମୁଣ୍ଡ ଉଭୟ ଙ୍କୁ କର୍ତ୍ତା ଭାବରେ ଚୟନ ଓ ଅନୁମୋଦନ କରାଗଲା । ଏବର୍ଷ ଯାତ୍ରା ଆୟୋଜନ ରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଶଗଡେଶ୍ୱର ମନ୍ଦିରକୁ କୈଳାଶ ଓ ସେହି ମନ୍ଦିର ପରିସର ରେ ଥିବା ମା ଭୈରବୀ ମନ୍ଦିର କୁ ହିମାଳୟ ଭାବରେ ପରି କଳ୍ପନା କରାଯାଇ ଏହି ମନ୍ଦିର ପରିସର ରେ ଶିବପାର୍ବତୀ ବିବାହ କାର୍ଯ୍ୟକ୍ରମ କୁ ସମ୍ପନ କରାଯିବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ରେ ଯାତ୍ରା ସଂଯୋଜକ ମଳୟ ବେହେରା ଏବର୍ଷ ଜୁନ ୧୦ ଓ ୧୧ ଦୁଇଦିନ ଧରି ପାଳିତ ହେବାକୁ ଥିବା ଯାତ୍ରା ଓ ମହୋତ୍ସବ କୁ ଭବ୍ୟ ଓ ଜାକ ଜମକ ରେ ସମସ୍ତ ଙ୍କ ସହଯୋଗରେ ଆୟୋଜନ ପାଇଁ ନିବେଦନ କରିଥିଲେ ।ଏହି ବୈଠକରେ ମନ୍ଦିର ପରିଚାଳନା ସଭାପତି- ରୁଦ୍ରନାରାୟଣ ବେହେରା, ସଂପାଦକ – ସୁମନ୍ତ ବେହେରା କୋଷାଧ୍ୟକ୍ଷ – ରତନଲାଲ ସିଂ ,ଚିତ୍ତରଞ୍ଜନ ଶର୍ମା, ଶଶି ଭୂଷଣ ବଢେଇ,ସଞ୍ଜୟ ମହାକୁଳ , ଟିକେଶ୍ୱର ମହାକୁଳ,ନରେନ୍ଦ୍ର ପଲେଇ, ସୁଗତ ପଟେଲ,ବିକାଶ ମହାକୁଳ, ମିତ୍ରଭାନୁ ରାୟ, ସୁରଥ ନାଏକ,ବାବୁନି ମହାନ୍ତି , ତରଣୀ ଶର୍ମା,ରାଜୀବ ଶର୍ମା,ଗପୁ ଅଗ୍ରୱାଲ କରୁଣାକର କିସାନ , ସଂଗ୍ରାମ ପଲେଇ,ସୁରେନ୍ଦ୍ର ପାତ୍ର , ବିସାମ୍ବର ସିଂ, ଲିପୁ ବେହେରା ,ଆକାଶ ମହାକୁଳ, ପୂଜକ – ନିତ୍ୟାନନ୍ଦ ମିଶ୍ର ଓ ଅଞ୍ଚଳ ର ଭକ୍ତ ତଥା ଶ୍ରଦ୍ଧାଲୁ କର୍ମକର୍ତ୍ତା ପ୍ରମୁଖ ବୈଠକ ରେ ଉପସ୍ଥିତ ହୋଇ। ଥିଲେ ।