ଜନ୍ମମାଟିରେ ମହାମହିମ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ଜନହିତକର ପ୍ରକଳ୍ପର କଲେ ଉଦ୍ଘାଟନ
ରାଇରଙ୍ଗପୁରରେ AIIMS ର ମାଗଣା ସ୍ୱାସ୍ଥ୍ୟ ଶିବିର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆଜି ପହଞ୍ଚିଛନ୍ତି ।
ରାଇରଙ୍ଗପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଏମ୍ସ (AIIMS) ଭୁବନେଶ୍ୱରର ସହାଭାଗିତାରେ ଆୟୋଜିତ ପ୍ରଥମ ମାଗଣା ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ କଥା ହୋଇଥିଲେ।
ଏହାପରେ ରାଷ୍ଟ୍ରପତି କୁସୁମୀ ବ୍ଲକ ପାଇଁ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ, ବ୍ରହ୍ମାକୁମାରୀ ସଂଗଠନର ନୂତନ ଭବନ, ସ୍ପେଶାଲ ସର୍କିଟ ହାଉସ ଏବଂ ନବଗଠିତ ରାଇରଙ୍ଗପୁର ପୋଲିସ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜନହିତକର ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି।
ରାଜ୍ୟରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଥିବା ଏହି ସମସ୍ତ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ସମୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
