ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସ ର ପ୍ରାର୍ଥୀ ସାକା ସୁଜିତ ଙ୍କ ନାମାଙ୍କନ ପତ୍ର ଦାଖଲ

Share

ବ୍ରହ୍ମପୁର  : ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବୁଧବାର ବିଶିଷ୍ଠ ସମାଜସେବୀ କଂଗ୍ରେସ ନେତା ସାକା ସୁଜିତ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବ୍ରହ୍ମପୁର ହିଲ ପାଟଣା ଠାରୁ ଶହ ଶହ ସମର୍ଥକ ମାନଙ୍କ ସହ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ l ସେଠାରେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଏହି ଅବସର ନିର୍ବାଚନ ମଣ୍ଡଳୀରେ ଶହ ଶହ ମହିଳା, ଯୁବ,ଛାତ୍ର, ଛାମୁଆନେତା ଓ କର୍ମୀ ଏବଂ ପୁରୁଣା କଂଗ୍ରେସ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି, ଶ୍ରୀ ସାକା ସୁଜିତ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ବିଭିନ୍ନ ସମୟରେ ସହଯୋଗ କରିଆସୁଛନ୍ତି, ଏଣୁ ଦଳୀୟ ନେତା ଓ କର୍ମୀ ଙ୍କ ମହଲ ରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି(ଅରୁଣ କୁମାର ପଣ୍ଡା )