September 1, 2026

ବର୍ଷା ଆଣିଲା ଆଶ୍ବସ୍ତି, ତାତିରୁ ମିଳିଲା ଟିକିଏ ତ୍ରାହି 

IMG-20260502-WA0043
Share

 

ବୁଗୁଡା : ତା ୦୨/୦୫/୨୬ : ଏ ବର୍ଷ ଏପ୍ରିଲ ମାସ ଆରମ୍ଭରୁ ହିଁ ବୁଗୁଡା ଅଞ୍ଚଳରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିଥିଲା।। ତାପମାତ୍ରା ୪୧ ଡିଗ୍ରୀ ଛୁଇଁଥିଲା । ଟାଣ ଖରାର ପ୍ରକୋପ ଯୋଗୁଁ ମଧ୍ୟାହ୍ନରେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ବ୍ୟାପାର ଥିଲା। ସେମିତି ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରିବାକୁ ଅମଙ୍ଗ ହେଉଥିଲା ବେଳେ ରାସ୍ତାଘାଟ ସାମାନ୍ୟ ଫାଙ୍କା ଫାଙ୍କା ଲାଗୁଥିଲା। ଏଇ କିଛି ଦିନ ହେଲା ବଡି ସକାଳେ ଏବଂ ରାତିରେ ଟିକେ ଥଣ୍ଡା ଲାଗୁଥିଲେ ହେଁ ମଧ୍ୟାହ୍ନରେ ଅସହ୍ୟ ଗରମ ହେଉଥିଲା। ତେବେ ଲୋକେ ତାତିରୁ ତ୍ରାହି ପାଇବା ପାଇଁ ବିକଳ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ବିଜୁଳି ଓ ଘଡଘଡି ସହ ବର୍ଷା ଯୋଗୁଁ ଲୋକଙ୍କୁ ସେଥିରୁ ଆଶ୍ବସ୍ତି ମିଳିଥିବା ଜଣାଯାଇଛି।

You may have missed