April 29, 2026

ପରିବା ବଜାରରେ ପ୍ରଶାସନିକ ଚଢାଉ , ବ୍ଯବସାୟୀଙ୍କୁ ତାଗିଦ୍ 

IMG-20241024-WA0028
Share

ବୁଗୁଡା : ତା ୨୪/୧୦/୨୪ : ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା “ଦାନା” ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରଠୁ ବୁଗୁଡା ବଜାରରେ ପରିବା ଦର ହୁ ହୁ ହୋଇ ବଢି ଚାଲିଲା । ପରିସ୍ଥିତିର ଫାଇଦା ଉଠାଇବାକୁ ଯାଇ କିଛି ନ୍ଯସ୍ତସ୍ବାର୍ଥ ବ୍ଯବସାୟୀ ବିଭିନ୍ନ ପରିବା ଦରରେ ଅହେତୁକ ବୃଦ୍ଧି ଘଟାଇଲେ । ବିଶେଷ କରି ଆଳୁର କୃତିମ ଅଭାବ ସୃଷ୍ଟି କରି ଦୁଇ ଦିନ ମଧ୍ୟରେ ଦର ଦୁଇ ଗୁଣା କରିଦେଲେ । ଏ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯିବା ପରେ ସ୍ଥାନୀୟ ପ୍ରଶାସନର ଚେତା ପଶିଥିଲା । ତେବେ ଆଜି ସକାଳେ ଏନ୍ଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଟିଓ ସୁନନ୍ଦ ଶେଖର ସାହାଣିଙ୍କ ନିର୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ପରିବା ବଜାରରେ ଚଢାଉ କରାଯାଇ କେତେକ ମୁନାଫାଖୋର ବ୍ଯବସାୟୀଙ୍କୁ ଚଢା ଦରରେ ପରିବା ବିକ୍ରି ନକରିବାକୁ ତାଗିଦ୍ କରାଯିବାର ଦେଖିବାକୁ ମିଳିଥିଲା । ବିଶେଷକରି ଆଳୁ ଅଢେଇ କିଲୋଗ୍ରାମ ପ୍ରତି ୯୦ ଟଙ୍କାରୁ ଅଧିକ ଦରରେ ବିକ୍ରି କଲେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ଉକ୍ତ ଚଢାଉ କାର୍ଯ୍ୟରେ ସ୍ଥାନୀୟ ପୋଲିସ ଓ ଏନ୍ଏସି କର୍ମଚାରୀଙ୍କ ସମେତ ମାର୍କେଟିଂ ଇନିସପେକ୍ଟର ହେମନ୍ତ କୁମାର ପ୍ରଧାନ ସାମିଲ ଥିଲେ।

ଅନ୍ଯପକ୍ଷରେ ଗତ ଦୁଇ ଦିନ ମଧ୍ୟରେ ଅସାଧୁ ବ୍ଯବସାୟୀ ଲୋକଙ୍କୁ ଲୁଟି ନେବା ପରେ ଆଜିର ଏହି ପ୍ରଶାସନିକ ଚଢାଉ ଚୋରୀ ହେଲାପରେ ପରେ ତାଲା ପକାଇବା ଭଳି କାର୍ଯ୍ୟ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

You may have missed