April 27, 2026

ପିଏଚଡି ଡିଗ୍ରୀଧାରୀ ଅଧ୍ଯାପକ ବିନୋଦ କୁମାର କର ସମ୍ବର୍ଦ୍ଧିତ 

IMG-20241024-WA0026
Share

ବୁଗୁଡ଼ା : ତା ୨୪/୧୦/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଜୟରାମ ବିଷୋୟୀ ଓ ପ୍ରଦୀପ କୁମାର ଦାଶ ଯୋଗ ଦେଇଥିଲେ। ଏ ଅବସରରେ ପିଏଚଡି ଡିଗ୍ରୀ ହାସଲ ପୂର୍ବକ କଲେଜର ଗୌରବ ବୃଦ୍ଧିରେ ସହାୟକ ହେତୁ ଅଧ୍ଯାପକ ବିନୋଦ କୁମାର କରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ଅତିଥିଗଣ ଅଧ୍ଯାପକଙ୍କ ଗବେଷଣା ଲବ୍ଧ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପ୍ରଦାନ କ୍ଷେତ୍ରରେ ସହାୟକ ହେବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ଯପକ୍ଷରେ ସମ୍ବର୍ଦ୍ଧିତ ଅଧ୍ଯାପକ ନିଜର ପିଏଚଡି ଡିଗ୍ରୀ ହାସଲ ଦିଗରେ ନିରବିଚ୍ଛିନ୍ନ ଅଧ୍ଯବସାୟ ସମ୍ପର୍କେ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ଯାପକ ଅକ୍ଷୟ କୁମାର ସାହୁ, ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ପରିଶେଷରେ ଦ୍ବିତୀୟ ବର୍ଷ ଛାତ୍ରୀ ରୁପାଲି ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। ତ