April 27, 2026

ଅସହ୍ୟ ହେଲାଣି ବୁଗୁଡ଼ା ଏନ୍‌ଏସିର ଦୁର୍ଗନ୍ଧ , ପ୍ରତିକାର ଦାବି 

IMG-20260426-WA0202
Share

ବୁଗୁଡ଼ା : ତା ୨୬/୦୪/୨୬ : ସଂପ୍ରତି ବୁଗୁଡ଼ା ଏନ୍‌ଏସି ଦୁର୍ଗନ୍ଧକୁ ନେଇ ସର୍ବସାଧାରଣରେ ସମାଲୋଚନାର ହକଦାର ପାଲଟିଛି । ଏନ୍ଏସି ମଧ୍ୟରେ ବିଭିନ୍ନ ଦୁର୍ଗନ୍ଧ ସ୍ଥଳ ରହିଥିବା ବେଳେ ପରିବା ବଜାର ସମ୍ମୁଖସ୍ଥ ଦୁର୍ଗନ୍ଧ ସ୍ଥଳ ସବୁଠାରୁ ଆଗରେ ରହି ଚର୍ଚ୍ଚାର ପରିସରକୁ ଆସି ଯାଇଛି । ସେଠାରେ ଆବର୍ଜନା ପକାଇବା ପାଇଁ କୁଣ୍ଡ ହୋଇଛି ଏବଂ ସେଥିରେ ଜୈବିକ ଆବର୍ଜନା ମଧ୍ୟ ଗଦା ହେଉଛି । ତେବେ,ଏନ୍ଏସି ପ୍ରଶାସନର ଅବହେଳା କାରଣରୁ ତାହାକୁ ନିୟମିତ ସଫା କରାଯାଉ ନଥିବାରୁ ସେଠାରେ ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଫଳରେ ସେହି ପାଖ ଦେଇ ଯିବାବେଳେ ଲୋକଙ୍କୁ ଅଣନିଶ୍ବାସୀ ହେବାକୁ ପଡୁଛି । ଅନ୍ୟପକ୍ଷରେ ମୁଖ୍ୟ ସଡକକୁ ସଂଯୋଗ କରୁଥିବା ବାଲିପିଣ୍ଡି ରାସ୍ତାକୁ କିଛି ଅମାନିଆ ବେପାରୀ ଅକ୍ତିଆର କରି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବାରୁ ଲୋକେ ସେହି ରାସ୍ତାରେ ନଯାଇପାରି ଏହି ନାକ ଫଟା ଦୁର୍ଗନ୍ଧ ସ୍ଥଳ ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଣୁ, ଉଚ୍ଚ କର୍ତ୍ତୃପକ୍ଷ ଏହି ଅବ୍ଯବସ୍ଥାର ସ୍ଥାୟୀ ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।