ନବରଙ୍ଗପୁର ଠାରେ”ସକ୍ଷମ” ତରଫରୁ ସୁରଦାସ ଜୟନ୍ତୀ ପାଳିତ………
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ସର୍ବ ଭାରତୀୟ ସ୍ତରରେ “ସକ୍ଷମ” ତରଫରୁ ଆଜିର ଦିନକୁ ସୁରଦାସଙ୍କ ଜୟନ୍ତୀ ଭାବେ ପାଳନ କରାଯାଉଛି। ଏହି ଅବସରରେ ନବରଙ୍ଗପୁର ଉତ୍କଳ ବାଳିକା ଆଶ୍ରମ ଠାରେ ଜିଲ୍ଲା ସକ୍ଷମ ତରଫରୁ ସନ୍ଥ ସୁରଦାସ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସଚିବ ଏ ସୁରେଶ, ଜିଲ୍ଳା ସଭାପତି ସୁଜିତ୍ କୁମାର ରଥ, ଜିଲ୍ଲା ଉପ-ସଭାପତି ପ୍ରୀତିଶ ଚନ୍ଦ୍ର, ଆଶ୍ରମ ଅଧ୍ୟକ୍ଷା ଜୟନ୍ତୀବାଳା ପଟ୍ଟନାୟକ, ଜୟସ୍ମିତା ନାୟକ,ଏସ ଲକ୍ଷ୍ମୀ ପଟ୍ଟନାୟକ,କଳ୍ପନା ପଟ୍ଟନାୟକ,ମୁନି ଭତ୍ରା ଏବଂ ଆଶ୍ରମର ଅନ୍ୟମାନେ ଉପସ୍ଥିତ ରହିଥିଲେ। ସଚିବ ଶ୍ରୀ ଶାସ୍ତ୍ରୀ ସୁରଦାସ ଜୟନ୍ତୀ ଅବସରରେ ପୌରାଣିକ ଓ ଇତିହାସ ପୃଷ୍ଠାରୁ ଆଶ୍ରମ ଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ରତ୍ନ ଏବଂ ସେମାନେ କେବେ ଅବଳା କିମ୍ବା ଦୂର୍ବଳା ନୁହଁନ୍ତି ବୋଲି କହିଥିଲେ। ବୈଠକରେ ସୁରେଶ ପଟ୍ଟନାୟକ ସୁରଦାସଙ୍କ ଭଳି ଜଣେ ମହାପୁରୁଷଙ୍କ ସାନିଧ୍ୟ ଲାଭ କରିବା ପାଇଁ ତାଙ୍କ ବିଷୟ ଜାଣିବା,ପଢିବା ଏବଂ ସେ ସମାଜକୁ ଯେଉଁ ଦିଗଦର୍ଶନ ଦେଇ ଯାଇଛନ୍ତି,ତାହାକୁ ଅନୁଭବ କରିବା ଆବଶ୍ୟକ ବୋଲି କହିଥିଲେ। ସଭାପତି ଶ୍ରୀ ରଥ ଛାତ୍ରୀମାନଙ୍କୁ ସୁରଦାଶଙ୍କ ଭଗବାନ ଶ୍ରୀକୃୃଷ୍ଣଙ୍କ ସହିତ ରହିଥିବା ଅଗାଢ ଭକ୍ତି ଓ ସୁର,ସଙ୍ଗୀତ କ୍ଷେତ୍ରରେ ସେ ଜଗତକୁ ମୋହିତ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ସଙ୍ଗୀତ ଦୁନିଆରେ ପ୍ରସିଦ୍ଧି ଲାଭ କରିଥିବା କହିଥିଲେ। ସୌଭାଗ୍ୟବଶତଃ ସେହି ପୁଣ୍ୟାତ୍ମାଙ୍କ ଜୟନ୍ତୀ ପାଳନ କରିବା ଓ ଆଶୀର୍ବାଦ ଭୀକ୍ଷା କରିବା ଆମ୍ଭମାନଙ୍କୁ ଅବସର ପ୍ରାପ୍ତ ହୋଇଥିବାରୁ ଧନ୍ୟ ମନେ କରୁଥିବା ସୁଜିତ୍ ରଥ କହିଥିଲେ। ଆଶ୍ରମର ଅନାଥ ଛାତ୍ରୀମାନେ ନୃତ୍ୟ, ସଙ୍ଗୀତ,କଳା ପ୍ରର୍ଦଶନ କରିଥିଲେ। ପରିଶେଷରେ ଆଶ୍ରମ ଅଧ୍ୟକ୍ଷା ଜୟନ୍ତୀବାଳା ପଟ୍ଟନାୟକ ଅତିଥି ଅଭ୍ୟାଗତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
