April 26, 2026

ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର 

IMG-20260426-WA0192
Share

 

 

 

ସମ୍ବଲପୁର,୨୬.୦୪:ଆଜି ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଠାରେ ଉତ୍ତମ ଚରିତ୍ର ଗଠନ ସକାଶେ ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ର ଦ୍ଵିତୀୟ ସପ୍ତାହlନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଟି ଉଚ୍ଚ ବିଦ୍ୟାଳୟର ୫୨ ଜଣ ଶିକ୍ଷ୍ୟାର୍ଥୀ ଯୋଗ ଦେଇଥିଲେ।

 

ପ୍ରାରମ୍ଭରେ ପ୍ରାର୍ଥନା ପରେ ବିଶିଷ୍ଟ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ସ୍ୱାସ୍ଥ୍ୟରକ୍ଷା ପାଇଁ ବିଭିନ୍ନ ଯୋଗ ଓ ପ୍ରାଣାୟାମ କରାଇଥିଲେ।

ଏହାପରେ ପ୍ରଥମ ଅଧିବେଶନରେ ଡ଼.ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷl ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼.ମୀନକେତନ ପାଠୀ ବିଭିନ୍ନ ଉଦାହରଣ ମାଧ୍ୟମରେ, ଜୀବନରେ ‘ସତ୍ୟ’ର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

 

ଦ୍ଵିତୀୟ ଅଧିବେଶନରେ ‘ଆଖିର ଯତ୍ନ’ ସମ୍ପର୍କରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡ଼. ସୁରେଶ ଚନ୍ଦ୍ର ଦାନୀ ଆଲୋଚନା କରି ମୋବାଇଲ ର ସ୍ୱଳ୍ପ ବ୍ୟବହାର ଓ ପ୍ରଦୂଷଣ ଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଥିଲେ l

ଏହି ଅବସରରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ସଭ୍ୟ-ସଂପାଦକ

ଶ୍ରୀ ରଘୁନାଥ ମିଶ୍ର, ବରିଷ୍ଠ ସଭ୍ଯା ପ୍ରଫେସର ନିଳେନ୍ଦ୍ରୀ ପଣ୍ଡା, ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ସମାଜସେବୀ ପ୍ରଫେସର ନିରୁପମା ବଡ଼ପଣ୍ଡା ଓ ମୁକ୍ତକଣ୍ଠ ପ୍ରଧାନ ଉପସ୍ଥିତ ଥିଲେ।

ସଂଯୋଜକ ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ସଦସ୍ୟ ହରି ନାରାୟଣ ପଣ୍ଡା, ଡ଼. ଗିରିଧାରୀ ହୋତା, ଉଦିତ ଚନ୍ଦ୍ର ପଟ୍ଟଯୋଶୀ ତଥା ଗ୍ରନ୍ଥାଗାରର ସହକାରୀ ବିଜୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।