ପ୍ରଜାପିତା ବ୍ରହ୍ମା କୁମାରୀ, ପୁରୀ ଶାଖା ରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ପୁରୀ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ପୁରୀ ଶାଖା ତରଫରୁ ସଂସ୍ଥା ର ପ୍ରାକ୍ତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶ ମଣି ଜୀ ଙ୍କ 19 ତମ ପୁଣ୍ୟ ତିଥି ଅବସରରେ ଏକ ସ୍ମୃତି ସମାରୋହ ପୂର୍ବାହ୍ନ 8 30 ଘଟିକା ସମୟରେ ରାମ ଚଣ୍ଡୀ ସାହି ସ୍ଥିତ ଆଶ୍ରମ ପରିସରରେ ଆୟୋଜନ କରାଜାଇଥିଲା।
ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସୂରଜ ମଲ ଶାହା ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ପ୍ରୋଫେସର ଧନୁର୍ଦ୍ଧର ମୁଦୁଲି ଯୋଗ ଦେଇ କହିଲେ ଯେ ଦାଦି ପ୍ରକାଶ ମଣି ତ୍ୟାଗ ତପସ୍ୟା ସେବା ଓ ନମ୍ରତା ର ପ୍ରତିମୂର୍ତ୍ତି ଥିଲେ। ପଦ ପଦବୀ କେବଳ ଅନ୍ୟ ମାନଙ୍କୁ
ଦିଗଦର୍ଶନ, ସମବେଦନା, ସହାନୁଭୂତି ଓ ପ୍ରେରଣା ପାଇଁ ଉଦିଷ୍ଟ ଥାଏ, ପଦବୀ ର ଅହଙ୍କାର ରେ ଶାସନ କରିବାକୁ ନୁହେଁ ଯାହା ଦାଦାଜୀ ଙ୍କ ଜୀବନ ଶୈଳୀ ରୁ ଶିଖି ବାକୁ ମିଳିଥାଏ। ଦିର୍ଘ 38 ବର୍ଷ କାଳ
ନିସ୍ୱାର୍ଥପର ଆଧ୍ୟାତ୍ମିକ ସେବା ଦ୍ୱାରା ଦାଦି ପ୍ରକାଶ ମଣି ସଂସ୍ଥା କୁ ବିଶ୍ଵ ର 140 ଦେଶ ରେ ପହଞ୍ଚାଇ ପାରିଥିଲେ। ସେଥିପାଇଁ ସେ ପ୍ରାତଃ ସ୍ମରଣୀୟା । ଏହି ସମାରୋହରେ ଇଶ୍ବରୀୟ ରାଜଯୋଗ ସାଧନା କେନ୍ଦ୍ର ତଥା ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ପୁରୀ ସବ ଜୋନ ରେ ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର ନିରୁପମା ଦାଦାଜୀ ଙ୍କ ସହ ତାଙ୍କ ଦୀର୍ଘ ଦିନ ର ଅଙ୍ଗେ ଲିଭା ସୁଖଦ ଅନୁଭୂତି ର ଅବତାରଣା କରିଥିଲେ।
ସଂସ୍ଥା ର ସହ ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ପ୍ରତିମା ଧନ୍ୟବାଦ ଅର୍ପଣ କରିଥିଲେ।
ସଂସ୍ଥା ର ବରିଷ୍ଠ ସମର୍ପିତ ଭ୍ରାତା ଡକ୍ଟର ସତ୍ୟାନନ୍ଦ ମଞ୍ଚ ସଂଯୋଜନା କରିଥିଲେ।
ପରେ ପରେ ପୂର୍ବାହ୍ନ 9 30 ଘଟିକା ସମୟରେ ସଂସ୍ଥାର ବ୍ରହ୍ମା ଧାମ ପରିସରରେ ଏକ ରକ୍ତ ଦାନ ଶିବିର କୁ ପୁରୀ HQ ହସ୍ପିଟାଲର blood bank ଅଫିସର ଡକ୍ଟର ଦୀପକ କୁମାର ସାହୁ ଓ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ର ସହକାରୀ ପ୍ରୋଫେସର ଡକ୍ଟର ବିମଳ କୁମାର ସାହୁ ଉଦଘାଟନ କରିଥିଲେ। ଏଥିରେ 39 ୟୁନିଟ୍ blood ସଂଗ୍ରହ କରାଯାଇଥିଲା।
ପ୍ରକାଶ ଥାଉ କି ଗତକାଲି ଦାଦି ପ୍ରକାଶ ମଣି ଜୀ ଙ୍କ 19 ତମ ପୁଣ୍ୟ ସ୍ମୃତି ଉଦ୍ଦେଶ୍ୟରେ ଅସ୍ତରଙ୍ଗ ବ୍ରହ୍ମା କୁମାରୀ ଶାଖା ତରଫରୁ 111 ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
