May 10, 2026

ଭଗତ ସିଂଙ୍ଗ ୯୫ ତମ ସହିଦ ଦିବସ ପାଳିତ ହୋଇଯାଇଛି

IMG-20250324-WA0030
Share

ପୁରୀ ବଡଦାଣ୍ଡ ସ୍ଥିତ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ଠାରେ ସହୀଦ ଭଗତ ସିଂଙ୍ଗ ୯୫ ତମ ସହୀଦ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ବରିଷ୍ଠ ଆଇନ଼ଜିବୀ ପୁଷ୍କର ମହାପାତ୍ରଙ୍କ ସଭାପତିତ୍ୱରେଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଇନଜୀବୀ ବୀରେନ୍ଦ୍ର ଭୂଷଣ ହୋତା ,ତକ୍ଟର ପ୍ରଫୁଲ୍ଲ ମହାପାତ୍ର , ଶ୍ରମିକ ନେତା ଜଗନ୍ନାଥ ଦେଓ ,ସଂମ୍ପାଦକ ସୁବାଷ ଚନ୍ଦ୍ର ନାୟକ , ନାରାୟଣ ନନ୍ଦ , ଅର୍ଣ୍ଣପୁର୍ଣ୍ଣା ଦେବୀ ,ପବିତ୍ର କୁମାର ଦଳେଇ, ଅଭିମନ୍ୟୁ ଜେନା, ସମାଜ ସେବୀ ଭିମସେନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଭଗତ ସିଂଙ୍ଗ ସ୍ବାପ୍ନକୁ ସାକାର କରିବା ପାଇଁ ପ୍ରତିବାଦର ରାସ୍ତାକୁ ଆଦରି ନେବାକୁ ଆହ୍ୱାନ ଦେଇଥିଲେ . ଝାନସି ରାଣୀ ମିଶ୍ର,ଆଶାଲତା ଦେବୀ, ଡଃ ପୂର୍ଣ୍ଣଚନ୍ଦ୍ର ସାହୁ, ଯଦୁମଣି ସାହୁ, ପବିତ୍ର କୁମାର ଦଳେଇ, ପ୍ରମୁଖ ବକ୍ତ୍ୟବ ରଖିଥିଲେ l

ପୂର୍ବତନ ବିଧାୟକ ଜୟନ୍ତ କୁମାର ଷତଙ୍ଗୀ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରୀ ପ୍ରମୁଖ ୧୦ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଶହୀତ ଭଗତ ସିଙ୍ଗ ଉପରେ ଆଲୋକପାତ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ